ETV Bharat / state

ଡମକୁଚ ଜଳ ଭଣ୍ଡାରରୁ ଗୋମୁହାଁ କୁମ୍ଭୀର ମୃତଦେହ ଉଦ୍ଧାର

author img

By

Published : Mar 23, 2022, 1:20 PM IST

ଡମକୁଚ ଜଳ ଭଣ୍ଡାରରୁ ଏକ ମୃତ ଗୋମୁହାଁ କୁମ୍ଭୀର ଉଦ୍ଧାର । ଗୋଟିଏ ପରେ ଗୋଟିଏ କୁମ୍ଭୀରର ମୃତ୍ୟୁ ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ଅଧିକ ପଢନ୍ତୁ

ଶ୍ମଶାନଭୂମି ପାଲଟିଛି ବୌଦ୍ଧଜିଲ୍ଲା,ଡମକୁଚ ଜଳ ଭଣ୍ଡାରରୁ ଗୋମୁହାଁ କୁମ୍ଭୀରର ମୃତଦେହ ଉଦ୍ଧାର

ବୌଦ୍ଧ: ବିପଦରେ ଜଳଚର କୁମ୍ଭୀର ବଂଶ । ଡମକୁଚ ଜଳ ଭଣ୍ଡାରରୁ ଏକ ମୃତ ଗୋମୁହାଁ କୁମ୍ଭୀର ଉଦ୍ଧାର । ଗୋଟିଏ ପରେ ଗୋଟିଏ କୁମ୍ଭୀରର ମୃତ୍ୟୁ ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପରିବେଶ ପ୍ରେମୀ ଦାବି କରିଛନ୍ତି ।

ସୂଚନାଅନୁସାରେ, ବୌଦ୍ଧ ଜିଲ୍ଲାରେ ଗତ କିଛି ଦିନ ପୂର୍ବରୁ ବାଉଁଶୁଣୀ ଅଞ୍ଚଳରେ ଏକ କୁମ୍ଭୀରର ମୃତଦେହ ଉଦ୍ଧାର ହୋଇଥିବା ବେଳେ ପନ୍ଦର ଦିନ ପୂର୍ବେ ବୌଦ୍ଧ ରେଞ୍ଜ ଅନ୍ତର୍ଗତ ଜଗନ୍ନାଥପୁର ଘାଟର ମହାନଦୀ ଗର୍ଭରୁ ଏକ ଘଡିଆଳ କୁମ୍ଭୀରର ମୃତଦେହ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ପୁଣିଥରେ ଗତ ତିନି ଦିନ ପୂର୍ବରୁ ମାଧପୁର ରେଞ୍ଜ ଅନ୍ତର୍ଗତ ତଳଗାଁ ସେକ୍ସନର ଡମକୁଚ ଜଳ ଭଣ୍ଡାରରେ ଏକ ଗୋମୁହାଁ କୁମ୍ଭୀରର ମୃତ ଶରୀର ଉଦ୍ଧାର ହୋଇଛି ।

ଏହା ମଧ୍ୟ ପଢନ୍ତୁ: ମହାନଦୀରୁ ମାଈ ଘଡିଆଳର ମୃତଦେହ ଉଦ୍ଧାର, ଲାଞ୍ଜରେ ଥିଲା ଟ୍ୟାଗ

ମୃତ୍ୟୁର କାରଣକୁ ନେଇ ପରିବେଶ ପ୍ରେମୀ ଭିନ୍ନ ଭିନ୍ନ ମତ ପ୍ରକାଶ କରିଛନ୍ତି । ବାରମ୍ବାର କୁମ୍ଭୀରଙ୍କ ମୃତ୍ୟୁ ହେଉଥିବା ବେଳେ ବନ୍ୟପ୍ରାଣୀ ବିଭାଗ ଓ ବନଖଣ୍ଡ କର୍ମଚାରୀଙ୍କ ଅପାରଗତା ଓ ଦାୟିତ୍ୱ ହୀନତା ବର୍ତ୍ତମାନ ପଦାକୁ ଆସିଛି । ଏନେଇ ପରିବେଶ ପ୍ରେମୀ ଗଭୀର ଉଦବେଗ ପ୍ରକାଶ କରିଥିବା ବେଳେ ବୌଦ୍ଧ ବନଖଣ୍ଡ ଅଧିକାରୀ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.