ETV Bharat / state

ଦିନ ମଜୁରିଆଙ୍କ ପୁଅ ଟପ୍ପର, ସମ୍ବର୍ଦ୍ଧିତ କଲେ ଅଚ୍ୟୁତ ସାମନ୍ତ - ଦିନ ମଜୁରୀଆ

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଉଦୟପୁର ଗ୍ରାମର ଦିନ ମଜୁରୀଆଙ୍କ ପୁଅ ଶରତ ସାହୁ ମ୍ୟାଟ୍ରିକ ପରୀକ୍ଷାରେ ଜିଲ୍ଲା ଟପ୍ପର ହୋଇଛନ୍ତି । ସୋମବାର ଦିନ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତଙ୍କ ପ୍ରଥମ ବୌଦ୍ଧ ଜିଲ୍ଲା ଗସ୍ତ ଅବସରରେ ଶରତଙ୍କୁ ସମ୍ବର୍ଦ୍ଧିତ କରିବା ସହ କୃତି ଛାତ୍ରର ଉଚ୍ଚ ଶିକ୍ଷା ନିମନ୍ତେ ସମସ୍ତ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି ।

ଫଟୋ ସୌଜନ୍ୟ, ପ୍ରତିନିଧି, ବୌଦ୍ଧ
author img

By

Published : Jun 11, 2019, 3:16 PM IST

ବୌଦ୍ଧ: ଜଣେ ଦିନ ମଜୁରୀଆଙ୍କ ପୁଅ ହୋଇ ମାଟ୍ରିକ ପରୀକ୍ଷାରେ ଜିଲ୍ଲା ଟପ୍ପର ହେବା କୌଣସି କମ କଥା ନୁହେଁ । ଏହାକୁ ସତ କରି ଦେଖାଇଛନ୍ତି ହରଭଙ୍ଗା ବ୍ଲକର ଉଦୟପୁର ଗ୍ରାମର ଶରତ ସାହୁ । ପଙ୍କରୁ ପଦ୍ମ ଫୁଟିଲା ଭଳି ଗରିବ ପରିବାରର ଶରତ ଚଳିତ ବର୍ଷର ଜିଲ୍ଲା ମାଟ୍ରିକ ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

ଭିଡିଓ ସୌଜନ୍ୟ, ପ୍ରତିନିଧି, ବୌଦ୍ଧ

ଶରତଙ୍କ ପିତା ଦାଶରଥି ସାହୁ ଓ ମା ସୁକାନ୍ତି ସାହୁ ଦିନ ମଜୁରିଆ ଭାବେ ଯାହା ଅର୍ଜନ କରନ୍ତି ତାହା ପରିବାର ପାଇଁ ନିଅଣ୍ଟ । ଏଭଳି ଅଭାବ ପରିସ୍ଥିତିରେ ପାଠ ପଢିବା ସହ ଶରତ ଜିଲ୍ଲା ସ୍ତରରେ ମାଟ୍ରିକ ଟପ୍ପର ହୋଇ ଗୌରବ ଆଣିଛନ୍ତି ।

ସୋମବାର କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରଥମ ବୌଦ୍ଧ ଜିଲ୍ଲା ଗସ୍ତ ଅବସରରେ ଏହି ପ୍ରତିଭାକୁ ସମ୍ବର୍ଦ୍ଧିତ କରିବା ସହ କୃତି ଛାତ୍ରର ଉଚ୍ଚ ଶିକ୍ଷା ନିମନ୍ତେ ସମସ୍ତ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି ।

ଏଭଳି ପ୍ରତିଭାକୁ ଉପଯୁକ୍ତ ମାଗଣା ଉଚ୍ଚ ଶିକ୍ଷା ବ୍ୟବସ୍ଥା ଘୋଷଣାକୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ସ୍ଲଗ- ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପରିସଂଖ୍ୟାନ ବିଭାଗ ସହକାରୀ ଅଧିକାରୀ।
ଫର୍ମାଟ- ଏଭିବି
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 11/06/2019
ଆଙ୍କର- ବାଲେଶ୍ୱର ପରିସଂଖ୍ୟାନ ବିଭାଗର ସହକାରୀ ଅଧିକାରୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି।
ସୂଚନା ଅନୁସାରେ, ଭିଜିଲାନ୍ସ ସ୍ୱତନ୍ତ୍ର ଜଜଙ୍କ ଆଦେଶ ମୂଳେ ସହକାରୀ ପରିସଂଖ୍ୟାନ ବିଭାଗ ଅଧିକାରୀ ପରମେଶ୍ୱର ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଏକାସାଙ୍ଗରେ ବାଲେଶ୍ୱର ଅଙ୍ଗାରଗଡ଼ିଆ ରାମେଶ୍ୱର ନଗର, ସରସ୍ବତୀପୁର, ପୈତୃକ ବାସଭବନ ବାସୁଦେବପୁରର ଆର୍ତ୍ତୁଙ୍ଗ ଓ ପରିସଂଖ୍ୟାନ ଅଫିସରେ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ଏହି ଚଢ଼ାଉରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଦଲିଲ, ବ୍ୟାଙ୍କ ପାସବୁକ, ଗହଣା, ଟଙ୍କା ଜବତ କରିଥିବା ଜଣାପଡିଛି। 4ଟି ଟିମ 4ଟି ଯାଗାରେ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି।
ବାଇଟ- ସୁନୀଲ କୁମାର ସେନାପତି(ଭିଜିଲାନ୍ସ ଏସପି)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.