ETV Bharat / state

'ଫନି'ମାଡରେ ଅସଜଡା ମନ୍ଦିର ସଜାଡୁଛନ୍ତି ମଠ ମହନ୍ତ

ଫନି ଛଡାଇନେଇଛି ଓଡିଶାର ପୂର୍ବଶୀରି । ଏଥିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଖୋର୍ଦ୍ଧା ଜିଲ୍ଲା । ବାତ୍ୟା ପ୍ରଭାବରେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଖୋର୍ଦ୍ଧା ଉପକଣ୍ଠ ଜଗୁଳିପାଟଣାର ଅନନ୍ତ ପୁରୁଷୋତ୍ତମ ଦେବଙ୍କ ପୀଠ ଶ୍ରୀହୀନ ହୋଇଯାଇଛି ।

author img

By

Published : May 30, 2019, 12:08 AM IST

ଫଟୋ ସୌଜନ୍ୟ: ପ୍ରତିନିଧି ଖୋର୍ଦ୍ଧା

ଖୋର୍ଦ୍ଧା: ଫନି ଛଡାଇନେଇଛି ଓଡିଶାର ପୂର୍ବଶୀରି । ବିଭିନ୍ନ ସ୍ଥାନରେ ଏହି ପ୍ରଳଙ୍କାରୀ ବାତ୍ୟା ନିଜର ତାଣ୍ଡବ ରଚିଛି । ତେବେ ଫନି ମାଡରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଖୋର୍ଦ୍ଧା ଜିଲ୍ଲା । ବାତ୍ୟା ପ୍ରଭାବରେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଖୋର୍ଦ୍ଧା ଉପକଣ୍ଠ ଜଗୁଳିପାଟଣାର ଅନନ୍ତ ପୁରୁଷୋତ୍ତମ ଦେବଙ୍କ ପୀଠ ଶ୍ରୀହୀନ ହୋଇଯାଇଛି । ବାତ୍ୟା ପରେ ଏଠାକୁ ପର୍ଯ୍ୟଟକ ନଆସିବା ଫଳରେ ମନ୍ଦିର ପରିବେଶ ଖାଁ ଖାଁ ଲାଗୁଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଏହି ପୀଠକୁ ଚାରିପାଖରୁ ଘେରି ରହିଥିବା ଚିର ହରିତ ଜଙ୍ଗଲ ଫନି ମାଡରେ ଧ୍ୱଂସ ହୋଇଯାଇଛି । ବର୍ତ୍ତମାନ ସବୁଜ ଜଙ୍ଗଲ ପରିବର୍ତ୍ତେ ଖୁଣ୍ଟା ଗଛରେ ଭରିଛି ପରିବେଶ । ଏହି ପୀଠର ଉଜୁଡା ଘରକୁ ସଜାଡିବା ପାଇଁ ମଠରେ ଥିବା ସନ୍ଥମାନେ ଲାଗିପଡିଛନ୍ତି । ଅନ୍ୟପକ୍ଷରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବାରୁ ରାସ୍ତାରେ ଯିବା ଆସିବା ଏକ ପ୍ରକାର ଠପ ହୋଇପଡିଛି ।

ଖବର ଅନୁଯାୟୀ, ସାରା ପୃଥିବୀରେ ବିରଳ ମନ୍ଦିର ଭାବେ ପରିଚିତ ଅନନ୍ତ ପୁରୁଷୋତ୍ତମ ଦେବଙ୍କ ପୀଠରେ ବିରାଜମାନ କରିଛନ୍ତି ଜଗନ୍ନାଥଙ୍କ ପୂର୍ଣ୍ଣ ବିଗ୍ରହ । ହାତ ଗୋଡ଼ ଥିବା ଜଗନ୍ନାଥଙ୍କ ବିଗ୍ରହ ଦେଖିବା ପାଇଁ ଏହି ପୀଠକୁ ଭକ୍ତ ମାନଙ୍କ ସୁଅ ଛୁଟିଥାଏ ।

ଅପରପକ୍ଷରେ ଏହା ଏକ ପର୍ଯ୍ୟଟନ କ୍ଷେତ୍ର ହୋଇଥିଲେ ମଧ୍ୟ ଫନି ମାଡରେ ଉଜୁଡ଼ି ଯାଇଥିବା ଏହି ପୀଠର ପୁନରୁଦ୍ଧାର ପାଇଁ ପ୍ରଶାସନ ସ୍ଥାଣୁ ପାଲଟିଛି । ଏବିଷୟରେ ଖୋର୍ଦ୍ଧା ଉପଜିଲ୍ଲାପାଳ ସରୋଜ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି କି ଏହି ପୀଠର ପୁନରୁଦ୍ଧାର ପାଇଁ ଯଥାଶୀଘ୍ର ପଦକ୍ଷେପ ନିଆଯିବ। ତେବେ ଏହି ପୀଠ କେବେ ତାର ପୂର୍ବ ସ୍ଥିତି ଫେରିପାଇ ଚଳଚଞ୍ଚଳ ହେଉଛି ତାହାକୁ ନେଇ ଚିନ୍ତାରେ ସ୍ଥାନୀୟ ବାସିନ୍ଦା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.