ETV Bharat / state

ବ୍ୟାଙ୍କରେ ଗ୍ରାହକଙ୍କୁ ଅଶୋଭନୀୟ ବ୍ୟବହାର ଅଭିଯୋଗ - ମୁଣ୍ଡାପଡା ମିନି ବ୍ୟାଙ୍କ

ବ୍ୟାଙ୍କରେ ଗ୍ରାହକଙ୍କୁ ଅଶୋଭନୀୟ ବ୍ୟବହାରରେ ଅତିଷ୍ଠ ହୋଇ ଶେଷରେ ବ୍ୟାଙ୍କ ଆଗରେ ଗ୍ରାହକଙ୍କ ବିକ୍ଷୋଭ ପ୍ରଦର୍ଶନ । ତୁରନ୍ତ ବ୍ୟାଙ୍କ ପରିଚାଳକଙ୍କ ବଦଳି ଦାବି କରାଯାଇଛି । ଅଧିକ ପଢନ୍ତୁ...

ବୌଦ୍ଧ ବ୍ୟାଙ୍କର ଅଶୋଭନୀୟ ବ୍ୟବହାର ଅଭିଯୋଗ
ବୌଦ୍ଧ ବ୍ୟାଙ୍କର ଅଶୋଭନୀୟ ବ୍ୟବହାର ଅଭିଯୋଗ
author img

By

Published : Jan 20, 2021, 9:59 PM IST

ବୌଦ୍ଧ: ବ୍ୟାଙ୍କରେ ମିଳୁନାହିଁ ଗ୍ରାହକଙ୍କୁ ଉତ୍ତମ ସେବା । ଫଳରେ ଗ୍ରାହକ ଅସନ୍ତୋଷ ଦେଖାଦେଇଛି । ବୌଦ୍ଧ ଜିଲ୍ଲାର ଜହ୍ନାପଙ୍କ ଷ୍ଟେଟ ବ୍ୟାଙ୍କ ଶାଖାରେ ଦୀର୍ଘ ଦିନ ହେଲା ଗ୍ରାହକଙ୍କୁ ଅଶୋଭନୀୟ ବ୍ୟବହାର ହେଉଥିବା ଅଭିଯୋଗ ହୋଇଆସୁଥିଲା । ଶେଷରେ ଆଜି ଉତ୍ୟକ୍ତ ଗ୍ରାହକ ମାନେ ମିଳିତ ହୋଇ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣାରେ ବସିଥିଲେ ।

ବୌଦ୍ଧ ବ୍ୟାଙ୍କର ଅଶୋଭନୀୟ ବ୍ୟବହାର ଅଭିଯୋଗ

ଶାଖା ପରିଚାଳକଙ୍କୁ ତୁରନ୍ତ ବଦଳି ଦାବି କରି ପୋଲିସର ଉପସ୍ଥିତିରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ବିଶେଷ ଭାବରେ ବର୍ତ୍ତମାନ ଧାନକ୍ରୟ ଚାଲିଥିବା ବେଳେ ଚାଷୀଙ୍କୁ ଠିକରେ ସେବା ମିଳୁ ନଥିବାରୁ ଚାଷୀ ଅତିଷ୍ଠ ହୋଇପଡିଛନ୍ତି । ସେପଟେ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନରେ ଥିବା ମୁଣ୍ଡାପଡା ମିନି ବ୍ୟାଙ୍କ ଓ ଶଗଡା ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ମଧ୍ୟ ଗ୍ରାହକଙ୍କୁ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହୋଇଛି । ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାହକ ମହଲରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.