ETV Bharat / state

ପ୍ରଶାସନକୁ ଚେତାବନୀ, ରାସ୍ତା ପାଲଟିଲା ଚାଷଜମି - ରାସ୍ତାରେ ଧାନ ତଳି

ରାଜରାସ୍ତା ପାଲଟିଛି ଚାଷଜମି । କ୍ଷେତ ବଦଳରେ ରାସ୍ତାରେ ଧାନ ତଳି ରୋଇଛନ୍ତି ଗ୍ରାମବାସୀ । ରାସ୍ତା କାମ ହେବା ପାଇଁ ବାରମ୍ବାର ପ୍ରଶାସନ ପାଖରେ ଗୁହାରି କରି ବିଫଳ ହେବା ପରେ ଏପରି ଅଭିନବ ପ୍ରତିବାଦ କରିଛନ୍ତି ସ୍ଥାନୀୟ ଲୋକେ ।

ଡିଜାଇନ ଫଟୋ
author img

By

Published : Aug 18, 2019, 8:54 PM IST

ବୌଦ୍ଧ: ବର୍ଷା ଋତୁର ଆଗମନ ହୋଇଛି । ଆଉ ଚାଷକାମ ମଧ୍ୟ ଆରମ୍ଭ ହୋଇଛି। କିନ୍ତୁ କୌଣସି ଜମିରେ ନୁହେଁ । ବଂର ରାସ୍ତାରେ ହେଉଛି ଧାନ ରୁଆ। ବ୍ଲକକୁ ସଂଯୋଗ କରୁଥିବା ରାସ୍ତାରେ ଅଞ୍ଚଳବାସୀ ରୋପଣ କରିଛନ୍ତି ଧାନ । ରାସ୍ତା ଏଭଳି ହୋଇଛି ଯେ ଅଞ୍ଚଳବାସୀ ପ୍ରଶାସନ ପାଖରେ ବାରମ୍ବାର ଗୁହାରୀ କରି ବିଫଳ ହେବାପରେ ରାସ୍ତାରେ ଲଗାଇଛନ୍ତି ଧାନ ତଳି ।

ରାସ୍ତାରେ ଧାନ ରୁଆ, ପ୍ରଶାସନ ବିରୋଧରେ ପ୍ରତିବାଦ

ଏହି ଦୃଶ୍ୟ ହେଉଛି ବୌଦ୍ଧ ବ୍ଲକ ଓ ଡିଆରଡିଏ ଠାରୁ ମାତ୍ର ଏକ କିମି ଦୂର ଡାଙ୍ଗପଡା ଗାଁର । ମୁର୍ଷୁଣ୍ଢି ଠାରୁ ଈଛାପୁର ଛକ ପର୍ଯ୍ୟନ୍ତ ଥିବା ପ୍ରାୟ ତିନି କିଲୋମିଟର ରାସ୍ତା ଉପରେ ପ୍ରାୟ ଦଶ ଖଣ୍ଡ ପଞ୍ଚାୟତବାସୀ ନିର୍ଭରଶୀଳ । କେବଳ ସାଧାରଣ ଲୋକ ନୁହେଁ, ବିଭିନ୍ନ ସରକାରୀ ଅଧିକାରୀ, ନେତା, ବୁଦ୍ଧିଜୀବୀ ସମସ୍ତେ ପ୍ରାୟ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି । କିନ୍ତୁ ବର୍ଷା ଦିନେ ଏହି ରାସ୍ତାରେ ଦେଇ ଚାଲିକି ଯିବା ବି ମୁସ୍କିଲ ହୋଇପଡୁଛି । ଫଳରେ ଗ୍ରାମବାସୀ, ଛାତ୍ରଛାତ୍ରୀ ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହେବାସହ ଗାଁକୁ ଆମ୍ବୁଲାନ୍ସ ବି ଆସିପାରୁନି ।

ଏ ସମ୍ପର୍କରେ ଅଞ୍ଚଳବାସୀ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି । ସୋମବାର ଡାଙ୍ଗପଡାବାସୀ ଅଭିନବ ପ୍ରତିବାଦ କରିବାକୁ ଯାଇ ରାସ୍ତାରେ ଧାନ ତଳି ରୋଇଛନ୍ତି । ତୁରନ୍ତ ଏ ଦିଗରେ ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ମଧ୍ୟ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ଆରମ୍ଭ ହୋଇଗଲା ବର୍ଷା। ଆଉ ଚାଷକାମ ମଧ୍ୟ ଯୋରସୋରରେ ଆରମ୍ଭ ହୋଇଗଲାଣି ।କିନ୍ତୁ ଏହି ଦୃଶ୍ୟ କୌଣସି ଜମିରେ ନୁହେଁ, ବଂର ବ୍ଲକକୁ ସଂଯୋଗ କରୁଥିବା ରାସ୍ତା ।ରାସ୍ତା ଏଭଳି ହୋଇଛି ଯେ ଅଞ୍ଚଳବାସୀ ଗୁହାରୀ କରିକରି ଥକି ଯିବା ପରେ ସୋମବାର ଉକ୍ତ ରାସ୍ତାରେ ଧାନ ପହ୍ଲା ଲଗାଇ ଅଭିନବ ଶୈଳୀରେ ପ୍ରତିବାଦ କରିଛନ୍ତି ।
ଦୃଶ୍ୟ ହେଉଛି ବୌଦ୍ଧ ବ୍ଲକ ଓ ଡିଆରଡିଏ ଠାରୁ ମାତ୍ର ଏକ କିମି ଦୂର ଡାଙ୍ଗପଡା ଗାଁର । ମୁର୍ଷୁଣ୍ଢି ଠାରୁ ଈଛାପୁର ଛକ ପର୍ଯ୍ୟନ୍ତ ଥିବା ପ୍ରାୟ ତିନି କିଲୋମିଟର ରାସ୍ତା ଉପରେ ପ୍ରାୟ ଦଶ ଖଣ୍ଡ ପଞ୍ଚାୟତବାସୀ ନିର୍ଭରଶୀଳ ।କେବଳ ସାଧାରଣ ଲୋକ ନୁହେଁ, ବିଭିନ୍ନ ସରକାରୀ ଅଧିକାରୀ, ନେତା, ବୁଦ୍ଧିଜୀବୀ ସମସ୍ତେ ପ୍ରାୟ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି ।କିନ୍ତୁ ବର୍ଷା ଦିନେ ଏହି ରାସ୍ତା ଦେଇ ଚାଲିକରି ଯିବାବି ମୁସ୍କିଲ ହୋଇପଡୁଛି ।ଫଳରେ ଗାଁ ଲୋକ,ଆମ୍ବୁଲାନ୍ସ, ଛାତ୍ରଛାତ୍ରୀ ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।ଏସମ୍ପର୍କରେ ଅଞ୍ଚଳବାସୀ ପଞ୍ଚାୟତ,ବ୍ଲକ,ଜିଲ୍ଲା ପ୍ରଶାସନ ନିକଟରେ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ।ଏଣୁ ସୋମବାର ଡାଙ୍ଗପଡାବାସୀ ମିଳିତ ହୋଇ ଏକ ଅଭିନବ ପ୍ରତିବାଦ କରିବାକୁ ଯାଇ ରାସ୍ତାରେ ଧାନ ପହ୍ଲା ରୋଇଛନ୍ତି ।ତୁରନ୍ତ ଏଦିଗରେ ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି ।

Body:କଦର୍ଯ୍ୟ ରାସ୍ତା ଯୋଗୁଁ ରାସ୍ତାରେ ପହ୍ଲା ରୋଇଲେ ଗ୍ରାମବାସୀ ।

Conclusion:ବାଇଟ-୧-ବିଶ୍ବମ୍ବର ନାଏକ, ଡାଙ୍ଗପଡାବାସୀ
ବାଇଟ-୨-ଗଣେଷ ପ୍ରଧାନ, ଡାଙ୍ଗପଡାବାସୀ
ବାଇଟ-୩-ସଦାନନ୍ଦ ପ୍ରଧାନ, ପୂର୍ବତନ ସରପଞ୍ଚ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.