ETV Bharat / state

ମହାନଦୀରେ କୁମ୍ଭୀର ଆତଙ୍କ

ଶନିବାର ସକାଳେ ପୁଣି ବାଉଁଶୁଣୀ ନିକଟସ୍ଥ ମହାନଦୀ କୂଳରେ ଏକ ଘଡିଆଳ କୁମ୍ଭୀର ମାଛ ଜାଲରେ ଫସିଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୁମ୍ଭୀର ଆତଙ୍କ ଖେଳିଯାଇଛି ।

author img

By

Published : Oct 12, 2019, 3:10 PM IST

ଫଟୋ ସୌଜନ୍ୟ :ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ପୁଣି ମହାନଦୀରେ କୁମ୍ଭୀର ଆତଙ୍କ । ଗତ ମାସରେ ବହିରା ନାଳରେ ଏକ ଘଡିଆଳ କୁମ୍ଭୀର ଦୀର୍ଘ ଦିନ ରହିବା ପରେ ତାକୁ ଡମ୍ବରୁଗାଡ ନିକଟସ୍ଥ ମହାନଦୀରେ ଛଡା ଯାଇଥିଲା । ଶନିବାର ସକାଳେ ପୁଣି ବାଉଁଶୁଣୀ ନିକଟସ୍ଥ ମହାନଦୀ କୂଳରେ ଏକ ଘଡିଆଳ କୁମ୍ଭୀର ମାଛ ଜାଲରେ ଫସିଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୁମ୍ଭୀର ଆତଙ୍କ ଖେଳିଯାଇଛି ।

କୁମ୍ଭୀର ଦେହରେ ଟ୍ରାକର ଲାଗିବା ସହ ସେ ବହିରାର କୁମ୍ଭୀର ବୋଲି ବିଭାଗୀୟ ଅଧିକାରୀ ସ୍ପଷ୍ଟ କରିଛନ୍ତି । ଏଥିସହିତ ଘଡିଆଳ କୁମ୍ଭୀର ମଣିଷଙ୍କ ପାଇଁ ବିପଦପୂର୍ଣ୍ଣ ନୁହେଁ । ଏଥିପାଇଁ ଆତଙ୍କିତ ନହେବାକୁ ଜଙ୍ଗଲ ବିଭାଗ ଅଧିକାରୀ କହିଛନ୍ତି ।

ଭିଡିଓ ସୌଜନ୍ୟ :ପ୍ରତିନିଧି, ବୌଦ୍ଧ

ସୂଚନାନୁଯାୟୀ ପ୍ରାୟ 5ଟି ଘଡିଆଳ କୁମ୍ଭୀର ଲାଞ୍ଜରେ ଜିପିଏସ ଟ୍ରାକର ଖଞ୍ଜା ଯାଇ ମହାନଦୀରେ ଛଡାଯାଇଥିବା ଜଣାପଡିଛି । ଶନିବାର ବାଉଁଶୁଣୀରୁ ଉଦ୍ଧାର ହୋଇଥିବା କୁମ୍ଭୀରକୁ କୁଶଙ୍ଗ ନିକଟସ୍ଥ ମହାନଦୀ ଓ୍ବାଇଲ୍ଡ ଲାଇଫ ଅଞ୍ଚଳରେ ଛଡାଯିବ ବୋଲି ସୂଚନା ମିଳିଛି । ଏହି ଉଦ୍ଧାରକାରୀ ଦଳରେ ଜଙ୍ଗଲ ବିଭାଗର ଭୈରବ ଚରଣ ବେହେରା, ଆଶିଷ କୁମାର କହଁର, ଅଶୋକ କୁମାର ଦାସ, ପ୍ରଦୀପ ଭୂତିଆ, ପରିବେଶବିତ୍‌ ସ୍ବରାଜ କହଁର ପ୍ରମୁଖ ସାମିଲ ହୋଇ କୁମ୍ଭୀରକୁ କାବୁ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ପୁଣି ମହାନଦୀ ରେ କୁମ୍ଭୀର ଆତଙ୍କ ।ଗତ ମାସରେ ବହିରା ନାଳ ଠାରେ ଏକ ଘଡିଆଳ କୁମ୍ଭୀର ଦୀର୍ଘ ଦିନ ରହିବା ପରେ ତାକୁ ଡମ୍ବରୁଗାଡ ନିକଟସ୍ଥ ମହାନଦୀ ରେ ଛଡା ଯାଇଥିଲା ।ଶନିବାର ସକାଳୁ ସକାଳୁ ପୁଣି ବାଉଁଶୁଣୀ ନିକଟସ୍ଥ ମହାନଦୀ କୂଳରେ ଏକ ଘଡିଆଳ କୁମ୍ଭୀର ମାଛଜାଲରେ ଫସିଥିଲା ।ଫଳରେ ଅଞ୍ଚଳରେ କୁମ୍ଭୀରକୁ ନେଇ ଆତଙ୍କ ଖେଳିଯାଇଛି ।ଆଜିର କୁମ୍ଭୀର ଟି ଦେହରେ ଟ୍ରାକର ଲାଗିବା ସହ ସେହି ବହିରାର କୁମ୍ଭୀର ବୋଲି ବିଭାଗୀୟ ଅଧିକାରୀ ସ୍ପଷ୍ଟ କରିଛନ୍ତି ।ଏଥି ସହିତ ଘଡିଆଳ କୁମ୍ଭୀର ମଣିଷ ଙ୍କ ପାଇଁ କୌଣସି ବିପଦ ନଥିବା ଯୋଗୁଁ ଏନେଇ ଆତଙ୍କିତ ହେବାର କାରଣ ନାହିଁ ବୋଲି ମଧ୍ୟ ଜଙ୍ଗଲ ବିଭାଗ ଅଧିକାରୀ କହିଛନ୍ତି ।ସୂଚନା ଅନୁଯାୟୀ ପ୍ରାୟ ପାଞ୍ଚଟି ଘଡିଆଳ କୁମ୍ଭୀର ଲାଞ୍ଜ ରେ ଜିପିଏସ ଟ୍ରାକର ଖଞ୍ଜା ଯାଇ ମହାନଦୀ ରେ ଛଡାଯାଇଥିବା ଜଣାପଡିଛି ।ଆଜିର ବାଉଁଶୁଣୀ ରୁ ଉଦ୍ଧାର ହୋଇଥିବା କୁମ୍ଭୀରକୁ କୁଶଙ୍ଗ ନିକଟସ୍ଥ ମହାନଦୀ ଓ୍ବାଇଲ୍ଡ ଲାଇଫ ଅଞ୍ଚଳରେ ଛଡାଯିବ ବୋଲି ସୂଚନା ମିଳିଛି ।ଏହି ଉଦ୍ଧାରକାରୀ ଦଳରେ ଜଙ୍ଗଲ ବିଭାଗର ଭୈରବ ଚରଣ ବେହେରା, ଆଶିଷ କୁମାର କହଁର,ଅଶୋକ କୁମାର ଦାସ, ପ୍ରଦୀପ ଭୂତିଆ,ପରିବେଶବିତ ସ୍ବରାଜ କହଁର ପ୍ରମୁଖ ଭାଗନେଇ କୁମ୍ଭୀରକୁ କାବୁ କରିଥିଲେ ।

Body:ବାଉଁଶୁଣୀ ରେ କୁମ୍ଭୀର ଆତଙ୍କ ।

Conclusion:ବାଇଟ-୧-ଅଶୋକ କୁମାର ଦାସ, ମହାନଦୀ ଓ୍ବାଇଲ୍ଡ ଲାଇଫ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.