ବୌଦ୍ଧ: ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଅସାମାଜିକ କାର୍ଯ୍ୟ କଳାପ । ଚୋରୀ, ଡକାୟତି, ହତ୍ୟା ଭଳି ଅପରାଧିକ ମାମଲା ବୃଦ୍ଧି ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି ।
ବୌଦ୍ଧରେ ବୃଦ୍ଧି ପାଉଛି ଅପରାଧିକ ମାମଲା ବୌଦ୍ଧରେ ବୃଦ୍ଧି ପାଉଛି ଅପରାଧିକ ମାମଲା ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୃଦ୍ଧି ପାଇବାରେ ଲାଗିଛି ଅସାମାଜିକ କାର୍ଯ୍ୟ କଳାପ । କେବଳ ଗୋଟିଏ ମାସ ମଧ୍ୟରେ 3ଟି ଜଘନ୍ୟ ହତ୍ୟାକାଣ୍ଡ ସହିତ ରାଜନପାଲିରେ ପୋଲିସ ଘରୁ ଡକାୟତି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ପୁଣି ଦୁର୍ବୃତ୍ତମାନଙ୍କ ନଜର ମଠ,ମନ୍ଦିର ଉପରେ । ଗତ ଚାରିଦିନ ତଳେ ବୌଦ୍ଧ ମହାନଦୀ ସେତୁ ଛକ ନିକଟସ୍ଥ ଦୋକାନରେ ଚୋରି ହୋଇ ଥିବାବେଳେ ଗୋଟିଏ ଦିନ ପୂର୍ବରୁ ମାଳିସାହି ପୂଜା ମଣ୍ଡପର ତାଲା ଭାଙ୍ଗି ଦାନହୁଣ୍ଡିରୁ ହଜାର ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ଆସିଛି ।
ସେହିପରି ଗତକାଲି(ଗୁରୁବାର) ରାତିରେ ବାଉଁଶୁଣୀ ଛକ ନିକଟରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ଦାନହୁଣ୍ଡିକୁ ଦୁର୍ବୃତ୍ତମାନେ ତାଡି ଟଙ୍କା ଲୁଟି ନେଇଛନ୍ତି । ଜିଲ୍ଲା ପୋଲିସ ଏଥିପ୍ରତି ସତର୍କ ଦୃଷ୍ଟି ଦେବା ସହ ରାତ୍ରିକାଳୀନ ପେଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡାକଡି କରିବାକୁ ସାଧାରଣରେ ଦାବି ହେଉଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ