ETV Bharat / state

ବେଆଇନ ଗଞ୍ଜେଇ ଚାଷ ପାଇଁ ବୌଦ୍ଧରେ ବଢୁଛି ଅପରାଧିକ ମାମଲା

author img

By

Published : Jan 10, 2022, 12:19 PM IST

Updated : Jan 10, 2022, 1:14 PM IST

ବେଆଇନ ଗଞ୍ଜେଇ ଚାଷ ପାଇଁ ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଅପରାଧିକ ମାମଲା । ବର୍ତ୍ତମାନ ବୌଦ୍ଧ କନ୍ଧମାଳ ଜିଲ୍ଲା ସୀମାନ୍ତରେ ଆତଙ୍କ ସୃଷ୍ଟି ଆରମ୍ଭ କରିଛନ୍ତି ଏକ ମୁଖାଧାରୀ ଗୋଷ୍ଠୀ । ଅଧିକ ପଢନ୍ତୁ

ବେଆଇନ ଗଞ୍ଜେଇ ଚାଷ ପାଇଁ ବୌଦ୍ଧ ଜିଲ୍ଲାରେ ବଢୁଛି ଅପରାଧିକ ମାମଲା

ବୌଦ୍ଧ: ବୃଦ୍ଧି ପାଇବାରେ ଲାଗିଛି ବେଆଇନ ଗଞ୍ଜେଇ କାରବାର ସହ ଅପରାଧ । ତେବେ ବେଆଇନ ଗଞ୍ଜେଇ କାରବାର ପଛରେ ବଡ ବଡିଆ ଲୋକଙ୍କ ସହିତ କେତେକ ଅସାଧୁ ବନ କର୍ମଚାରୀ ଓ ପୋଲିସ କର୍ମଚାରୀଙ୍କ ସିଧାସଳଖ ସମ୍ପୃକ୍ତି ଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ବୌଦ୍ଧ ଜିଲ୍ଲାର ସମୁଦାୟ ୬ଟି ଥାନା ମଧ୍ୟରୁ କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ ଓ ବୌଦ୍ଧ ଥାନା ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚାଷ ତଥା କାରବାର ହେବା ନେଇ ଅଭିଯୋଗ ହୋଇଛି । ଗଞ୍ଜେଇ ଚାଷ ଜୋରସୋରରେ ଚାଲିଥିଲେ ମଧ୍ୟ ଅବକାରୀ ବିଭାଗର କିନ୍ତୁ ନିଘା ନାହିଁ ।

ବେଆଇନ ଗଞ୍ଜେଇ ଚାଷ ପାଇଁ ବୌଦ୍ଧରେ ବଢୁଛି ଅପରାଧିକ ମାମଲା

ଏହି ବେଆଇନ ଗଞ୍ଜେଇ କାରବାର ଯୋଗୁଁ ଅପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗତ କିଛିଦିନ ହେଲା ବୌଦ୍ଧ କନ୍ଧମାଳ ଜିଲ୍ଲା ସୀମାନ୍ତରେ ଏକ ମୁଖାଧାରୀ ଗୋଷ୍ଠୀ ଆତଙ୍କ ଖେଳାଉଛନ୍ତି । ସେପଟେ ବୌଦ୍ଧ ଜିଲ୍ଲା ବଘିଆପଡା ପଞ୍ଚାୟତର ସୀମାନ୍ତ ଗ୍ରାମ ସମାପାଜୁରେ ଗୋଟିଏ ପରିବାରରେ ଏକ କଳାମୁଖାଧାରୀ ଗୋଷ୍ଠୀ ଘରେ ପଶି ବନ୍ଧୁକ ଦେଖାଇ କଳା କନା ବୁଲାଇଛନ୍ତି । ତେବେ ଏଭଳି ଘଟଣା ପଛରେ ଗଞ୍ଜେଇ ମାଫିଆ, ଡକାୟତ ଗୋଷ୍ଠୀ ନା ମାଓ ସଂଗଠନ କାହାର ହାତ ରହିଛି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଗତକାଲି ବାମଣ୍ଡା ଗ୍ରାମ ନିକଟରେ ଥିବା ଏକ ଢାବାର ଦୁଇ ଜଣ କର୍ମଚାରୀଙ୍କୁ ଗଞ୍ଜେଇ ସହିତ କାବୁ କରିଥିଲା ବୌଦ୍ଧ ପୋଲିସ । ଉକ୍ତ ଢାବାଟି ଜଣେ ପୋଲିସ କର୍ମଚାରୀଙ୍କ ହୋଇଥିବା ବେଳେ ପୂର୍ବରୁ ସେ ଗଞ୍ଜେଇ କାରବାରରେ ସମ୍ପୃକ୍ତି ରହି ଚାକିରିରୁ ନିଲମ୍ବିତ ହୋଇଥିବା ମଧ୍ୟ ସୂଚନା ରହିଛି । ବର୍ତ୍ତମାନ ବୌଦ୍ଧ ଥାନାର ନୂତନ ଅଧିକାରୀ ଯୋଗ ଦେବା ପରେ ଏଭଳି ବେଆଇନ ତଥା ଅପରାଧକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Last Updated : Jan 10, 2022, 1:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.