ETV Bharat / state

ତେନ୍ତୁଳିଗଛ ବନ୍ଧକରୁ ମୁକ୍ତି ପାଇଲା ଗୋମାତା - ଗାଈ

ଦୀର୍ଘ ସମୟର ଅପେରସନ ପରେ ସଫଳ ହୋଇଛି ଗୋମାତା ରେସକ୍ୟୁ ଅପେରସନ । ଅଗ୍ନିଶମ କର୍ମଚାରୀଙ୍କ ବହୁ ଚେଷ୍ଟା ପରେ ଏକ ଗାଈକୁ ତେନ୍ତୁଳି ଗଛ ଚେରରୁ ମୁକ୍ତ କରାଯାଇ ପାରିଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ
author img

By

Published : May 17, 2019, 7:59 PM IST

ବୌଦ୍ଧ: ଗୋମାତା ପାଇଁ ଘାତକ ସାଜିଥିଲା ତେନ୍ତୁଳିଗଛ । ଜୀବନ ବଞ୍ଚାଇବାକୁ ସାହାରା ନେଇଥିବା ଗୋମାତା ପାଇ ଗଛର ଚେର ସାଜିଥିଲା ଘାତକ । ତେବେ ଦୀର୍ଘ ସମୟର ଅପେରସନ ପରେ ସଫଳ ହୋଇଛି ଗୋମାତା ରେସକ୍ୟୁ ଅପେରସନ । ଅଗ୍ନିଶମ କର୍ମଚାରୀଙ୍କ ବହୁ ଚେଷ୍ଟା ପରେ ଗାଈକୁ ଗଛ ଚେରରୁ ମୁକ୍ତ କରାଯାଇ ପାରିଛି । ଶୁକ୍ରବାର ସକାଳୁ ବୌଦ୍ଧ ସହରର ମହାନଦୀ କୂଳରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ
କିଛି ଷଣ୍ଢଙ୍କ ଆକ୍ରମଣରୁ ନିଜକୁ ରକ୍ଷା ପାଇବାକୁ ଯାଇ ଏକ ତେନ୍ତୁଳି ଗଛର ସାହାରା ନେଇଥିଲା ଗୋମାତା । ମାତ୍ର ପରେ ଏହି ବିରାଟ ଚେରର ସଙ୍କୁରିଆ ଅଂଶରୁ ଆଉ ନିଜକୁ ବାହାରି ପାରି ନଥିଲା । ଏହା ଦେଖିବା ପରେ ସ୍ଥାନୀୟ ଲୋକେ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ ।

ପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ କର୍ମଚାରୀ ମୋଟର କଟର ସାହାଯ୍ୟରେ ଚେର କାଟି ସଫା କରିବା ପରେ ଗାଇ ମୁକ୍ତ ହୋଇଥିଲା । ଗୋମାତାଙ୍କ ମୁକ୍ତି ପରେ ଉପସ୍ଥିତ ଲୋକ ଆନନ୍ଦିତ ହେବା ସହ ଆଶ୍ବସ୍ତି ଲାଭ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Intro:Body:

fhjfh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.