ବୌଦ୍ଧ: ଜିଲ୍ଲାରେ ସାଙ୍ଘାତିକ ହେବାରେ ଲାଗିଛି କୋରୋନା ସଂକ୍ରମଣ । ଆଜି ଜିଲ୍ଲାରୁ ରେକର୍ଡ ସଂଖ୍ୟକ 175 ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ବୌଦ୍ଧ ସହର ଓ ହରଭଙ୍ଗା ଗ୍ରାମ ସମେତ ଜେଲ ମଧ୍ୟରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ସ୍ଥାନୀୟ ପ୍ରଶାସନର ଚିନ୍ତା ବଢାଇବାରେ ଲାଗିଛି ।
ଦୁଇ ଦିନିଆ ସଟଡାଉନ ପରେ ଆଜି ବଜାର ଖୋଲିଛି । ଜିନିଷ କିଣିବାକୁ ବଜରରେ ଲୋକଙ୍କ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା । ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ଆଜି ସଂକ୍ରମିତଙ୍କ ସଂଖ୍ୟା ଶହେ ପାର ହୋଇଥିବାବେଳେ କେବଳ ହରଭଙ୍ଗା ଗ୍ରାମରୁ 41 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ନିଜେ ହରଭଙ୍ଗା ବିଡ଼ିଓ ବ୍ଲକର ବିଭିନ୍ନ ସ୍ଥାନ ବୁଲି ବୁଲି ଲୋକଙ୍କୁ ସଚେତନ କରୁଛନ୍ତି । ଏଥିସହିତ ସଂକ୍ରମଣ ଆଶଙ୍କା ଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ସହ ବିଭିନ୍ନ ସ୍ଥାନରେ ଟିଏମସି ସେଣ୍ଟର ସ୍ଥାପନ ମଧ୍ୟ କରିସାରିଲାଣି । ତେବେ ବୌଦ୍ଧ କାରାଗାର ମଧ୍ୟରେ ଥିବା ଅନ୍ତେବାସୀଙ୍କ ଠାରେ ପଜିଟିଭ ଚିହ୍ନଟ ପରେ ଏନେଇ ଜେଲ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନର ଚିନ୍ତା ମଧ୍ୟ ବଢିବାରେ ଲାଗିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ