ETV Bharat / state

ହରଭଙ୍ଗା ବ୍ଲକରେ ବାଟବଣା ମନରେଗା ଯୋଜନା, ବ୍ୟାପକ ଅନିୟମିତତା ଅଭିଯୋଗ - ବ୍ୟାପକ ଅନିୟମିତତା ଅଭିଯୋଗ

ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ । ମନରେଗା କାର୍ଯ୍ୟରେ ମେସିନ୍‌ ବ୍ୟବହାର ଯୋଗୁଁ ଶ୍ରମଜୀବୀମାନେ ଗଭୀର ପ୍ରଭାବିତ । ଅଧିକ ପଢ଼ନ୍ତୁ

ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ

author img

By

Published : May 14, 2023, 10:17 PM IST

Updated : May 14, 2023, 10:27 PM IST

ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ

ବୌଦ୍ଧ: ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ । ସ୍ଥାନୀୟ ଶ୍ରମିକଙ୍କୁ କାମଧନ୍ଦା ଯୋଗାଇ ଦେବାକୁ କେନ୍ଦ୍ର ସରକାର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କରିଛନ୍ତି । ଏହି ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ ବର୍ଷର ଶହେ ଦିନ କାମ ଯୋଗାଇବା ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । କିନ୍ତୁ ବିଭିନ୍ନ ସମୟରେ ଏହି କଲ୍ୟାଣକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ ହେଉଛି । ଦୁର୍ନୀତି ନେତୃତ୍ବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ସରକାରୀ ବାବୁ ନେଇଥିବା ସ୍ଥାନୀୟ ସରପଞ୍ଚ ଓ ସମୀତି ସଭ୍ୟ ଅଭିଯୋଗ କରିଛନ୍ତି ।

ମନରେଗା ଯୋଜନାରେ ବିଭିନ୍ନ ପଞ୍ଚାୟତରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ହୋଇଛି । ପୋଖରୀ ଖନନ, ରାସ୍ତା ଘାଟ ନିର୍ମାଣ ଭଳି ବିଭିନ୍ନ କାର୍ଯ୍ୟରେ ଶ୍ରମିକଙ୍କ ଦ୍ବାରା କରିବା ପାଇଁ ନିୟମ ରହିଥିଲେ ଏହାକୁ ଧ୍ୟାନ ଦେଉ ନାହିଁନ୍ତି ଠିକାଦାର ସଂସ୍ଥା । ମନରେଗା କାର୍ଯ୍ୟରେ ମେସିନ ବ୍ୟବହାର ଯୋଗୁଁ ଶ୍ରମଜୀବୀମାନେ ଗଭୀର ପ୍ରଭାବିତ ହେଉଛନ୍ତି । ମେସିନ ଦ୍ବାରା କାମ କରାଇ ଟଙ୍କା ହଡ଼ପ କରୁଥିବା ଆଭିଯୋଗ ହୋଇଛି । ହରଭଙ୍ଗା ବ୍ଲକର ତଳଗାଁ, ମହାଲିକପଡା, ଛତରଙ୍ଗ, ଲୁଣିବାହାଲ, ପୀତାମ୍ବରପୁର, ଧଳପୁର, ଆଢେଣୀଗଡ ଭଳି ଅନେକ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି ।

ହରଭଙ୍ଗା ବ୍ଲକର ଉପାନ୍ତ ତଳଗାଁ ଓ ମହାଲିକପଡା ପଞ୍ଚାୟତରେ ଏଭଳି ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ସେହିପରି ଲୁଣିବାହାଲ ପଞ୍ଚାୟତରେ ପୂର୍ବତନ ସରପଞ୍ଚ ଓ ତାଙ୍କ ସହଯୋଗୀମାନେ ପଥପ୍ରାନ୍ତ ବନୀକରଣ ଓ ମନରେଗା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି କରିଥିବା ନେଇ ବର୍ତ୍ତମାନର ସରପଞ୍ଚ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଏହାସହ ଲୁଣିବାହାଲ ପଞ୍ଚାୟତର ବାରବାଣୀ ଗ୍ରାମ ନିକଟରେ ଏକ ଗୋଚର ଭୂମିରେ ମନରେଗା ମାଧ୍ୟମରେ ଏକ ପୋଖରୀ ଖନନ ହୋଇଥିବା ଦର୍ଶାଇ ଦଶ ଲକ୍ଷ ଟଙ୍କା ଅର୍ଥ ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଏକ ତଦନ୍ତକାରୀ ଦଳ ଲୁଣିବାହାଲ ପଞ୍ଚାୟତର ବିଭିନ୍ନ ସ୍ଥାନରେ ହୋଇଥିବା ମନରେଗା କାର୍ଯ୍ୟର ତଦନ୍ତ କରିଛନ୍ତି । ଲୁଣିବାହାଲ ପଞ୍ଚାୟତ ପରି ହରଭଙ୍ଗା ପଞ୍ଚାୟତରେ ଦୁର୍ନୀତି ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ କରାଯାଉ । ଏସବୁ ବେଆଇନ କାର୍ଯ୍ୟ ହେଉଥିବା ନେଇ ସମିତି ସଭ୍ୟ ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହିତ ଏହାର ତଦନ୍ତ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

Last Updated : May 14, 2023, 10:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.