ETV Bharat / state

ମନରେଗା ଯୋଜନାରେ ଦୁର୍ନୀତି ଅଭିଯୋଗ, ମଣିଷ ବଦଳରେ କାମ କରୁଛି ମେସିନ

author img

By

Published : Jun 24, 2022, 4:17 PM IST

ଜିଲ୍ଲାରେ ବାଟବଣା ମନରେଗା ଯୋଜନା । ଶ୍ରମିକଙ୍କୁ କାମ ଯୋଗାଇ ଦେବା ଲକ୍ଷ୍ୟରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପ୍ରଣୟନ ହୋଇଛି । କିନ୍ତୁ ବୌଦ୍ଧ ଜିଲ୍ଲାର ଶ୍ରମିକଙ୍କ ବଦଳରେ ଜେସିବି ମେସିନ କାମ କରୁଛି ଏବଂ ଶ୍ରମିକ ଘରେ ହାତ ବାନ୍ଧି ବସିଛି ।

corruption allegation on mgnrega scheme in boudh
ମନରେଗା ଯୋଜନାରେ ଦୁର୍ନୀତି ଅଭିଯୋଗ, ମଣିଷ ବଦଳରେ କାମ କରୁଛି ମେସିନ

ବୌଦ୍ଧ: ଜିଲ୍ଲାରେ ବାଟବଣା ମନରେଗା ଯୋଜନା । ଶ୍ରମିକଙ୍କୁ କାମ ଯୋଗାଇ ଦେବା ଲକ୍ଷ୍ୟରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପ୍ରଣୟନ ହୋଇଛି । କିନ୍ତୁ, ଏହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ବୌଦ୍ଧ ଜିଲ୍ଲାର ଶ୍ରମିକଙ୍କ ବଦଳରେ ଜେସିବି ମେସିନ କାମ କରୁଛି ଏବଂ ଶ୍ରମିକ ଘରେ ହାତ ବାନ୍ଧି ବସିଛି ।

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର କୁଶଙ୍ଗ, ମହାଲିକପଡା, ତଳଗାଁ, ଛତରଙ୍ଗ, ଆଢେଣୀଗଡ ଭଳି ଉପାନ୍ତ ପଞ୍ଚାୟତର ଅନେକ ଅଞ୍ଚଳରେ ମନରେଗା ଯୋଜନା ବାଟ ହୁଡିଥିବା ଅଭିଯୋଗ ହୋଇଛି । ଏସବୁ ପଞ୍ଚାୟତରେ ପୋଖରୀ ଖୋଳା ଠାରୁ ନେଇ ରାସ୍ତା ନିର୍ମାଣ କାର୍ଯ୍ୟରେ ଶ୍ରମିକ ବଦଳରେ ଜେସିବି ଓ ଟ୍ରାକ୍ଟର ବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ହୋଇଛି । ଫଳରେ କାମଧନ୍ଦା ଅଭାବରୁ ଶ୍ରମିକମାନେ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ମନରେଗା ଯୋଜନା ପାଇଁ ସରକାର କଡାକଡି ନିୟମ କରିଥିଲେ ମଧ୍ୟ ବ୍ୟାପକ ଦୁର୍ନୀତି ଦେଖାଦେଇଛି। ମନରେଗା ଯୋଜନାରେ ଥିବା ଅଧିକାରୀମାନେ ଏହି ଦୁର୍ନୀତିରେ ସାମିଲ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.