ETV Bharat / state

କୋରୋନା ଭାଇରସ ସଚେତନତା, ବୌଦ୍ଧ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି - extensive preparation by the boudh district administration

କୋରୋନା ଭୂତାଣୁ ସଂକ୍ରମଣକୁ ନେଇ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି । ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଏଥିନିମନ୍ତେ କଡା ତାଗିଦ କରିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ..

କରୋନା ଭାଇରସ ସଚେତନତା, ବୌଦ୍ଧ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

author img

By

Published : Mar 22, 2020, 4:06 AM IST

ବୌଦ୍ଧ: କୋରୋନା ଭୂତାଣୁ ସଂକ୍ରମଣକୁ ନେଇ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି । ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଏଥିନିମନ୍ତେ କଡା ତାଗିଦ କରିଛନ୍ତି ଜିଲ୍ଲାପାଳ । ବିଶେଷ ଭାବରେ ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ଦାଦନ ଶ୍ରମିକଙ୍କ ଘରବାହୁଡା ଏବେ କଷ୍ଟକର ହୋଇପଡିଛି।

କରୋନା ଭାଇରସ ସଚେତନତା, ବୌଦ୍ଧ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଏହାକୁ ଦୃଷ୍ଟିରେ ରଖି ସମସ୍ତ ପଞ୍ଚାୟତରେ ସଙ୍ଗରୋଧ କକ୍ଷର ବ୍ୟବସ୍ଥା କରାଯିବ । କିନ୍ତୁ ଏଯାବତ ତାହା କାର୍ଯ୍ୟକାରୀ ହୋଇନଥିବାରୁ ଉଦବେଗ ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦାଦନ ଶ୍ରମିକଙ୍କ ଉପରେ କଡା ନଜର ରଖିଛି ଜିଲ୍ଲା ପ୍ରଶାସନ । ରବିବାର ଜନତା କର୍ଫ୍ୟୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ପହଞ୍ଚି ଥିବା ଦାଦନଙ୍କ ରହିବା ପାଇଁ ଏଯାଏଁ ପ୍ରତ୍ୟେକ ପଞ୍ଚାୟତରେ ଆଇସୋଲେସନ ଓ୍ବାର୍ଡ ପ୍ରସ୍ତୁତ ହୋଇପାରି ନଥିବା ସୂଚନା ମିଳିଛି ।

ତଥାପି ଦାଦନଙ୍କ ରହିବା ପାଇଁ ବିଦ୍ୟାଳୟ କିମ୍ବା ଗୋଷ୍ଠୀ କେନ୍ଦ୍ର ଗୁଡିକ ବ୍ୟବସ୍ଥା କରାଯାଇଛି । କିନ୍ତୁ ଏହା ଯଥେଷ୍ଟ ନଥିବାରୁ ତୁରନ୍ତ ଏହି ସଙ୍ଗରୋଧ କକ୍ଷ ପ୍ରସ୍ତୁତ କରିବାକୁ ଦାବି ହୋଇଛି । ଶନିବାର ବୌଦ୍ଧ ଜିଲ୍ଲା ପରିଷଦର ଏକ ଜରୁରୀ କାଳୀନ ବୈଠକରେ ଜିଲ୍ଲାପାଳ ଏ ସମ୍ପର୍କରେ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ସବୁଠାରୁ ବଡ଼ ଆସ୍ବସ୍ଥିର ବିଷୟ ଯେ ବୌଦ୍ଧ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ପହଞ୍ଚି ଥିବା ୫୪ ଜଣ ଦାଦନଙ୍କ ମଧ୍ୟରୁ କାହାରିଠାରେ କୋରୋନା କରୋନା ଲକ୍ଷଣ ନାହିଁ ।

ଏ ଦିଗରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଯତ୍ନବାନ ରହିଥିବା ଜିଲ୍ଲାପାଳ କହିଛନ୍ତି । ଏଥିସହିତ ଲୋକେ ଆତଙ୍କିତ ନହୋଇ ସଚେତନ ରହିବାକୁ ସେ ନିବେଦନ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.