ETV Bharat / state

ବୌଦ୍ଧରେ ବଢୁଛି ଗଣ ସଂକ୍ରମଣ! - Corona cases increasing in boudh district

ଜିଲ୍ଲାରେ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ ଚିହ୍ନଟ ସହିତ ମୃତ୍ୟୁର ହାରକୁ ନେଇ ଗଭୀର ଉଦବେଗ ପ୍ରକାଶ । ତେବେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅମାନିଆଙ୍କ ଯୋଗୁଁ ଗଣ ସଂକ୍ରମଣ ବ୍ୟାପୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

Corona cases increasing in boudh district
ଜିଲ୍ଲାରେ କୋରୋନା ସଂକ୍ରମଣ ରେକର୍ଡ ପରେ ରେକର୍ଡ କରୁଛି
author img

By

Published : May 25, 2021, 8:54 PM IST

ବୌଦ୍ଧ: ଜିଲ୍ଲାରେ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ ଚିହ୍ନଟ ସହିତ ମୃତ୍ୟୁର ହାରକୁ ନେଇ ଗଭୀର ଉଦବେଗ ପ୍ରକାଶ । ତେବେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅମାନିଆଙ୍କ ଯୋଗୁଁ ଗଣ ସଂକ୍ରମଣ ବ୍ୟାପୁଥିବା ଅଭିଯୋଗ ହୋଇଛି ।

ଜିଲ୍ଲାରେ କୋରୋନା ସଂକ୍ରମଣ ରେକର୍ଡ ପରେ ରେକର୍ଡ କରୁଛି
ଜିଲ୍ଲାରେ ରେକର୍ଡ ପରେ ରେକର୍ଡ କରୁଛି କୋରୋନା ସଂକ୍ରମଣ । ଆଜି(ମଙ୍ଗଳବାର) ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ସର୍ବକାଳୀନ ରେକର୍ଡ ସଂଖ୍ୟକ 385 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଜିଲ୍ଲାର ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ବିବାହ ଓ ଅନ୍ୟାନ୍ୟ ସାମାଜିକ ଉତ୍ସବ ଯୋଗୁଁ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।

ଆଜି ବୌଦ୍ଧ ଜିଲ୍ଲାର ବ୍ରାହ୍ମଣୀପାଲି ପଞ୍ଚାୟତ ପିଙ୍ଗଲାବେଡା ଗ୍ରାମରୁ ସର୍ବାଧିକ 53 ଜଣ ଓ ଶଗଡା ପଞ୍ଚାୟତ କହଁରପଡା ଗ୍ରାମରୁ 52 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ସରକାରୀ ଭାବରେ 30 ବୋଲି ସୂଚନା ଦିଆଯାଇଥିଲେ ମଧ୍ୟ ଏହା ବହୁ ଗୁଣରେ ଅଧିକ ବୋଲି ଚର୍ଚ୍ଚା ହେଉଛି ।

ସେପଟେ ଜିଲ୍ଲାର ବିଭିନ୍ନ ସଂକ୍ରମିତ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଉଥିବାବେଳେ ସରସରା ଗ୍ରାମକୁ ଚାରିଦିନ ସଟଡାଉନ କରାଯାଇଛି । ତେବେ ବିଭିନ୍ନ ସଂକ୍ରମିତ ଅଞ୍ଚଳରେ ଆକ୍ରାନ୍ତଙ୍କ ଗୃହରେ ଚିକିତ୍ସା ପାଇଁ ସୁବିଧା ନଥିବାରୁ ସେମାନେ ବାଧ୍ୟ ହୋଇ ବାହାରକୁ ଆସିବାକୁ ପଡୁଥିବାରୁ ସଂକ୍ରମଣର ଯଥେଷ୍ଟ ଆଶଙ୍କା ସୃଷ୍ଟି ହୋଇଛି । ଏନେଇ ବୁଦ୍ଧିଜୀବୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.