ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଲୋକଙ୍କୁ ସଚେତନ କଲେ ବିଜେଡି କର୍ମୀ

author img

By

Published : Oct 17, 2020, 7:25 AM IST

ନବୀନଙ୍କ ଜନ୍ମଦିନରେ ଲୋକଙ୍କୁ ସଂକ୍ରମଣ ନେଇ ସଚେତନ କଲେ ବିଜେଡି କର୍ମୀ । କୋରୋନା ସଚେତନତା ସହ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ । ଅଧିକ ପଢନ୍ତୁ...

corona awareness in boudha during the naveen pattnayak birthday
ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ଲୋକଙ୍କୁ ସଚେତନ କଲେ ବିଜେଡି କର୍ମୀ

ବୌଦ୍ଧ : କୋରୋନା ସଚେତନତା ପାଇଁ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଗତ ଏକ ସପ୍ତାହ ଧରି ବୌଦ୍ଧ ଏନଏସି ଛକ ଠାରେ ଚାଲିଥିବା କୋରୋନା ସଚେତନତା କାର୍ଯ୍ୟକ୍ରମ ଉଦଯାପିତ ହୋଇଛି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବାଉଁଶୁଣୀ ଠାରେ ନବୀନଙ୍କ ଜନ୍ମ ଦିନ ଉପଲକ୍ଷେ କୋରୋନା ସଚେତନତା ସୃଷ୍ଟି କରିବା ସହ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଶୁକ୍ରବାର ପୁଣି 21 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଆମ୍ବୁଲାନ୍ସର ଅଭାବ ଦେଖାଯାଇଥିଲା । କୋରୋନା ରୋଗୀଙ୍କ ପାଇଁ ବିଧାୟକ ଭେଣ୍ଟିଲେଟର ଯୁ୍କ୍ତ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ଦେଲେ ସୂଚନା ଦେଇଛନ୍ତି । ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.