ବୌଦ୍ଧ: ଜିଲ୍ଲାର ପୁରାତନ ଶିକ୍ଷାନୁଷ୍ଠାନ ମନମୁଣ୍ଡା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଖେଳପଡିଆରେ ମନମୁଣ୍ଡା ବନ ବିଭାଗ ବୃକ୍ଷରୋପଣ କରିବାରୁ ସ୍ଥାନୀୟ ଅଞ୍ଚଳରେ ବିବାଦ ଦେଖାଦେଇଛି । ବୃକ୍ଷରୋପଣ ପାଇଁ ଅନ୍ୟ ସ୍ଥାନ ଥିଲେ ମଧ୍ୟ ବିଦ୍ୟାଳୟର ଖେଳପଡିଆରେ ଗଛ ଲଗାଯାଉଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ମନମୁଣ୍ଡାଠାରେ ଥିବା ମଧ୍ୟ ଇଂରାଜୀ ବିଦ୍ୟାଳୟଟି 1881 ମସିହାରେ ସ୍ଥାପିତ କରାଯାଇଥିଲା । ଏହି ପୂରାତନ ବିଦ୍ୟାଳୟର ଖେଳପଡିଆ ମଝିରେ ବନବିଭାଗ ଗଛ ଲଗାଇବା ପାଇଁ ନିଷ୍ପତ୍ତି ନେଇଛି । ତେବେ ବନବିଭାଗ ଏହି କାର୍ଯ୍ୟ ଲାଗି ସ୍ଥାନୀୟ ବୁଦ୍ଧିଜୀବୀଙ୍କ କୌଣସି ପରାମର୍ଶ ନେଇନଥିବା ଅଭିଯୋଗ ହୋଇଛି ।

ତେବେ ବୃକ୍ଷ ରୋପଣ ନିମନ୍ତେ ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ସ୍ଥାନ ରହିଥିଲେ ମଧ୍ୟ ଏଭଳି ଏକ ପ୍ରାଚୀନ ବିଦ୍ୟାଳୟର ଖେଳପଡିଆକୁ ବୃକ୍ଷ ରୋପଣ ଦ୍ବାରା ଅବରୋଧକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ବିରୋଧ କରାଯିବା ସହିତ ଜଙ୍ଗଲ ବିଭାଗର ଅଦୂରଦୃଷ୍ଟିତାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ