ବୌଦ୍ଧ: ଜିଲ୍ଲାରେ ଉଦବେଗଜନକ ସ୍ଥିତିରେ ରହିଛି ବାଲ୍ୟବିବାହ ଓ ଶିଶୁ ଶ୍ରମିକ ପ୍ରଥା । ଶୁକ୍ରବାର ଯୁବ ଗୋଷ୍ଠୀର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏଭଳି ପ୍ରଥା ବିରୋଧରେ ଯୁବ ଗୋଷ୍ଠୀ ଆଗେଇ ଆସିବାକୁ ଆହ୍ବାନ ଦିଆଯାଇଛି ।
ଏହି ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଆଜି ମଧ୍ୟ ବାଲ୍ୟବିବାହ ତଥା ଶିଶୁ ଶ୍ରମିକ ଭଳି ପ୍ରଥା ଅତ୍ୟନ୍ତ ଉଦବେଗଜନକ ସ୍ଥିତିରେ ରହିଥିବା ନେଇ ଏହାର ନିରାକରଣ ଦିଗରେ ଯୁବ ବର୍ଗ ଆଗେଇ ଆସିବାକୁ ଆହ୍ବାନ ଦିଆଯାଇଛି । କାର୍ଯ୍ୟକ୍ରମରେ ବୌଦ୍ଧ ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ମନୋଜ ପାଠୀ, ଜ୍ଞାନ ଚାନ୍ଦ ଶତପଥୀ, ପୁପ୍ଷିତା ପ୍ରଧାନ, ସୀତାକାନ୍ତ ସାହୁ ପ୍ରମୁଖଙ୍କ ସହିତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ମହିଳା ସରପଞ୍ଚମାନେ ଭାଗ ନେଇଥିଲେ ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ