ETV Bharat / state

ଜନ୍ମଦିନରେ ଦୁଇ ଜିଲ୍ଲାକୁ ନବୀନଙ୍କ ଭେଟି

author img

By

Published : Oct 16, 2019, 10:11 PM IST

ବୌଦ୍ଧ ଓ କଳାହାଣ୍ଡିକୁ ସହାୟତା ଢାଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜନ୍ମଦିନରେ ଜିଲ୍ଲାବାସୀଙ୍କୁ ଦେଇଛନ୍ତି ଉପହାର । ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଉଭୟ ଜିଲ୍ଲାର ମୁଖ୍ୟ ଟିକିତ୍ସାଳୟର ଶଯ୍ୟା ସଂଖ୍ୟା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ ।

ଡ଼ିଜାଇନ୍ ଫଟୋ

କଳାହାଣ୍ଡି/ବୌଦ୍ଧ: ‘ମୋ ସରକାର’ ଯୋଜନାର 5T ମୁଖ୍ୟ ଭି.କାର୍ତ୍ତିକେୟ ପାଣ୍ଡିଆନ ସମୀକ୍ଷା ସାରି ଫେରିବା ପରେ ବୁଧବାର କଳାହାଣ୍ଡି ଜିଲ୍ଲା ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନ୍ଫରେନ୍ସ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବେଡ ସଂଖ୍ୟା ବୃଦ୍ଧି କରିବାକୁ କରିଛନ୍ତି ଘୋଷଣା । ଆଉ ୧୦୦ଟି ଶଯ୍ୟା ବୃଦ୍ଧି କରିବା ସହ ୩ଟି ଆମ୍ବୁଲାନ୍ସ, ୨ଟି ମହାପ୍ରଣାୟ ଗାଡ଼ି ଓ ରୋଗୀ କଲ୍ୟାଣ ସମିତି କୁ ୧୫ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ ।

ଭିଡ଼ିଓ କନଫରେନ୍ସରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା, ସୂଚନା ଦେଲେ ଜିଲ୍ଲପାଳ

ସେହିପରି ବୌଦ୍ଧ ଜିଲ୍ଲା ପାଇଁ ମଧ୍ୟ ନବୀନ ଖୋଲିଛନ୍ତି ଉପହାର ପେଡ଼ି । ସଚିବ ଜିଲ୍ଲାବାସୀଙ୍କ ସ୍ବାସ୍ଥ୍ୟସେବାର ସମୀକ୍ଷା କରିବା ପରେ ମୃଖ୍ୟମନ୍ତ୍ରୀ ଆଜି କରିଛନ୍ତି ଘୋଷଣା । ଜିଲ୍ଲାରେ 200 ଶଯ୍ୟା ବିଶିଷ୍ଟ ଏକ ମଲ୍ଟି ସ୍ପେସାଲିଷ୍ଟ ମେଡ଼ିକାଲ ନିର୍ମାଣ କରିବା ସହ ଆମ୍ବୁଲାନ୍ସ, ମହାପ୍ରୟାଣ ଗାଡ଼ି ଓ କିଡନୀ ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ।

ଉଭୟ ଜିଲ୍ଲାର ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାବାସୀ ମିଠା ଖାଇବା ସହ ବାଣ ଫୁଟାଇ ଖୁସି ପାଳନ କରିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ ଓ ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.