ବୌଦ୍ଧ: ଆମ୍ବୁଲାନ୍ସରେ ରୋଗୀ ବଦଳରେ ହେଉଥିଲା ବେଆଇନ ଗଞ୍ଜେଇ ଚାଲାଣ । ମାଡି ବସିଲା ପୋଲିସ । ତିନୋଟି ପ୍ୟାକେଟରେ ଥିବା ଗଞ୍ଜେଇ ଓ ଆମ୍ବୁଲାନ୍ସ ଜବତ ସହିତ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । କନ୍ଧମାଳ ଜିଲ୍ଲା ଗୋଛାପଡା ଅଞ୍ଚଳରୁ ବରଗଡ ଜିଲ୍ଲାକୁ ଚାଲାଣ ହେଉଥିବା ବେଳେ ଗିରଫ କରିଛି ବୌଦ୍ଧ ପୋଲିସ ।
ଏହା ମଧ୍ୟ ପଢନ୍ତୁ: Annual Bird census: ଚିଲିକାରେ ପକ୍ଷୀ ଗଣନା ଆରମ୍ଭ, ୨୧ଟି ଟିମ ନିୟୋଜିତ
ବୌଦ୍ଧ ପୋଲିସର ଗଞ୍ଜେଇ ନିପାତ ଅଭିଯାନରେ ଗତକାଲି ଆଉ ଏକ ସଫଳତା ମିଳିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ଜିଲ୍ଲା ପୋଲିସ ନଷ୍ଟ କରିବାରେ ଲାଗିଛି । ତେବେ ସୋମବାର ଏକ ଆମ୍ବୁଲାନ୍ସରେ କନ୍ଧମାଳ ଜିଲ୍ଲା ଗୋଛାପଡା ଅଞ୍ଚଳରୁ ବରଗଡ ଜିଲ୍ଲାକୁ ଗଞ୍ଜେଇ ଚାଲାଣ ସମୟରେ ପୋଲିସ ହାବୁଡ଼ରେ ପଡିଛି । ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡା ଫାଣ୍ଡି ଅଞ୍ଚଳରୁ ଉକ୍ତ ଆମ୍ବୁଲାନ୍ସକୁ ଧରାଯାଇ ତନ୍ମଧ୍ୟରେ ଥିବା 94 କେଜି ଗଞ୍ଜେଇ ଜବତ କରାଯିବା ସହିତ ଦୁଇ ଜଣ ଅଭିଯୁକ୍ତକୁ ପୋଲିସ କାବୁ କରିଥିଲା । ଦୁଇ ଅଭିଯୁକ୍ତକୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ନେଇ ବୌଦ୍ଧ ଏସଡିପିଓ ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: Doctor Subhashree Death Mystery: ମୁହଁ ଖୋଲିଲେ ପୁରୁଷ ବନ୍ଧୁଙ୍କ ପରିବାର
ଏନେଇ ବୌଦ୍ଧ ଏସଡିପିଓ କହିଛନ୍ତି, " ଆମର ଗଞ୍ଜେଇ ନିପାତ ଅଭିଯାନ ଆରମ୍ଭ ହୋଇଛି । ପ୍ରତ୍ୟେକ ଦିନ ଏକର ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି । ତେବେ ସୋମବାର ଦିନ କନ୍ଧମାଳ ଜିଲ୍ଲା ଗୋଛାପଡା ଅଞ୍ଚଳରୁ ବରଗଡ ଜିଲ୍ଲାକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଆମେ ବିଶ୍ବସ୍ତ ସୁତ୍ରରୁ ଖବର ପାଇଥିଲୁ । ଏକ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ କରାଯାଉଥିଲା । ଏନେଇ ଆମେ ଏକ ଟିମ ଗଠନ କରି ସେମାନଙ୍କୁ ଧରିବାରେ ସଫଳ ହୋଇଛୁ । ଦୁଇ ଅଭିଯୁକ୍ତଙ୍କ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । "
ଇଟିଭି ଭାରତ, ବୌଦ୍ଧ