ETV Bharat / state

ବୌଦ୍ଧରେ ଜୋରଦାର ଟକ୍କର, ଆସନ ହାତେଇବାକୁ ଚାଲିଛି କସରତ

author img

By

Published : Feb 13, 2022, 5:23 PM IST

ପଞ୍ଚାୟତ ନିର୍ବାଚନ ନେଇ ସରଗରମ ଗାଁ ରାଜନୀତି । ବୌଦ୍ଧରେ ଆସନ ହାତେଇବାକୁ ଚାଲିଛି କସରତ । ଅଧିକ ପଢନ୍ତୁ

ବୌଦ୍ଧରେ ଜୋରଦାର ଟକ୍କର, ଆସନ ହାତେଇବାକୁ ଚାଲିଛି କସରତ
ବୌଦ୍ଧରେ ଜୋରଦାର ଟକ୍କର, ଆସନ ହାତେଇବାକୁ ଚାଲିଛି କସରତ

ବୌଦ୍ଧ: ପଞ୍ଚାୟତ ନିର୍ବାଚନ ନେଇ ସରଗରମ ଗାଁ ରାଜନୀତି । ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜ ଶୈଳୀରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଜୋରଦାର ପ୍ରୟାସ କରିବା ସହ ଜୋନ ଦଖଲ ପାଇଁ ଚେଷ୍ଟା ଚଳାଇଛନ୍ତି । ଚଳିତ ପଞ୍ଚାୟତ ନିର୍ବାଚନରେ ବୌଦ୍ଧ ଜିଲ୍ଲାର ୬୯ ପଞ୍ଚାୟତ ମଧ୍ୟରୁ ଅନେକ ପଞ୍ଚାୟତରେ ପାରମ୍ପରିକ ପ୍ରତିଦ୍ୱନ୍ଦୀମାନେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ।

କୁଶଙ୍ଗ ପଞ୍ଚାୟତରେ ମଧ୍ୟ ଗତ ନିର୍ବାଚନର ଦୁଇ ସରପଞ୍ଚ ପ୍ରାର୍ଥୀ ପୁଣିଥରେ ପ୍ରତିଦ୍ବନ୍ଦିତା କରୁଛନ୍ତି । ତେବେ ଛତରଙ୍ଗ ପଞ୍ଚାୟତର ପୂର୍ବ ସରପଞ୍ଚଙ୍କ ମା ଓ ମାଉସୀ ଉଭୟେ ସରପଞ୍ଚ ପ୍ରାର୍ଥୀ ହୋଇଥିବା ବେଳେ ପୂର୍ବ ଜିଲ୍ଲା ପରିଷଦ ସଭ୍ୟଙ୍କ ପତ୍ନୀ ମଧ୍ୟ ଏଠାରେ ପ୍ରାର୍ଥୀ ହୋଇଛନ୍ତି । ଜିଲ୍ଲାର ଅଁଳାପାଲି ପଞ୍ଚାୟତରେ ଦୁଇ ପୂର୍ବତନ ସରପଞ୍ଚଙ୍କ ମଧ୍ୟରେ ସିଧାସଳଖ ମୁକାବିଲା ହେଉଥିବା ବେଳେ ପାଞ୍ଚବର୍ଷ ତଳେ ସରପଞ୍ଚ ଥିବା ପ୍ରାର୍ଥୀଙ୍କ ସପକ୍ଷରେ ଦୃଢ ଜନମତ ରହିଛି ।

ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ସିଧାସଳଖ ଫାଇଟ ହେଉଥିବା ବେଳେ ଉଭୟ ପ୍ରାର୍ଥୀ ଶାସକ ବିଜେଡି ଆଶୀର୍ବାଦରେ ରହିଛନ୍ତି । ସେପଟେ ରାମଗଡ ପଞ୍ଚାୟତର ସମିତି ସଭ୍ୟା ନିର୍ଦ୍ବନ୍ଦରେ ନିର୍ବାଚିତ ହେବା ପରଠାରୁ ସେ କୁଆଡେ ଉଭାନ ହୋଇଯାଇଛନ୍ତି । ଉପଯୁକ୍ତ ପ୍ରାର୍ଥୀ ଦେଖି ଭୋଟ ଦେବେ ବୋଲି ମନସ୍ଥ କରିଛନ୍ତି ଭୋଟର ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.