ବୌଦ୍ଧ: ସବୁଜିମାରେ ଭରପୁର ଜିଲ୍ଲାରେ ବିଶ୍ବ ପରିବେଶ ଦିବସ କୋରୋନା କଟକଣା ମଧ୍ୟରେ ପାଳିତ । କେବଳ ଔପଚାରିକତା ଦୃଷ୍ଟିରୁ ବୃକ୍ଷ ରୋପଣ କରାଯାଇଥିଲା ।
ନଦନଦୀ ଘଞ୍ଚ ଅରଣ୍ୟ ପରିବେଷ୍ଟିତ ବୌଦ୍ଧ ଜିଲ୍ଲା । ଜିଲ୍ଲାର କୋଣ ଅନୁକୋଣରେ ପ୍ରକୃତି ତାର ଅପରୂପ ସୌନ୍ଦର୍ଯ୍ୟ ବିଚ୍ଛୁରିତ କରି ରଖିଛି ।
ଆଜି(ଶନିବାର) ବିଶ୍ବ ପରିବେଶ ଦିବସ ଅବସରରେ କୋରୋନା କଟକଣା ଯୋଗୁଁ ଜିଲ୍ଲାରେ ନିରାଡମ୍ବର ଭାବରେ ଏହାକୁ ପାଳନ କରାଯାଇଛି ।ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ପରିବେଶ ପ୍ରେମୀଙ୍କ ପ୍ରଥମ ପସନ୍ଦ ବୌଦ୍ଧ ଜିଲ୍ଲାରେ ରାଜ୍ୟର ପ୍ରଥମ ପରିବେଶ ପାର୍କ ସହ ଅକ୍ସି ଟୁରିଜିମର କାର୍ଯ୍ୟକ୍ରମ ଉଭୟ ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ ବିଭାଗ ଆରମ୍ଭ କରିସାରିଛନ୍ତି ।
ତେବେ ଜିଲ୍ଲାରେ ଆହୁରି ଅଧିକ ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ବ ପରିବେଶ ଦିବସ ଅବସରରେ ବନଖଣ୍ଡ ବିଭାଗ ଓ ଫ୍ରେଣ୍ଡସିପ କ୍ଲବ ମିଳିତ ଭାବରେ ଏକ କାର୍ଯ୍ୟକ୍ରମର ଆୟୋଜନ ପୂର୍ବକ ବିଭିନ୍ନ କୃତି ପ୍ରତିଯୋଗୀଙ୍କୁ ପୁରଷ୍କୃତ କରାଯାଇଥିଲା ।
ସେହିପରି ଆଜି ମଧ୍ୟ ବୌଦ୍ଧ ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏସପିଭି ରଘୁନାଥ ରାଓ, ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ