ETV Bharat / state

ରାଜା ହତ୍ୟାକାଣ୍ଡ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି

author img

By

Published : Nov 1, 2020, 10:22 AM IST

ବୌଦ୍ଧର ବହୁ ଚର୍ଚ୍ଚିତ ଯୁବ ବ୍ୟବସାୟୀ ରାଜା ହତ୍ୟାକାଣ୍ଡ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଏହି ହତ୍ୟାକାଣ୍ଡ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଯୁବ ବର୍ଗ ପକ୍ଷରୁ ଦାବି କରାଯାଇଛି । ଅଧିକ ପଢନ୍ତୁ...

ରାଜା ହତ୍ୟାକାଣ୍ଡ ଘଟଣାରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବି

ବୌଦ୍ଧ: ଜିଲ୍ଲାର ବହୁ ଚର୍ଚ୍ଚିତ ଯୁବ ବ୍ୟବସାୟୀ ରାଜା ହତ୍ୟାକାଣ୍ଡ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ତେବେ ରାଜାଙ୍କର ମୃତ୍ୟୁ ସହ ମାଉଜର ଲିଙ୍କକୁ ସାଧାରଣ ଲୋକ ଗ୍ରହଣ କରି ପାରୁନାହାନ୍ତି । ଏନେଇ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଯୁବ ବର୍ଗ ପକ୍ଷରୁ ଦାବି କରାଯାଇଛି ।

ବୌଦ୍ଧ ଜିଲ୍ଲାର ଯୁବ ବ୍ୟବସାୟୀ ପ୍ରମୋଦ ପ୍ରସାଦ ଓରଫ ରାଜା ନିଖୋଜର ଅଠର ଦିନ ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ସ୍ପଷ୍ଟ କରିଥିଲା । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । କୋଟି କୋଟି ଟଙ୍କାର ମାଲିକ ରାଜା ମାତ୍ର 35 ହଜାର ଟଙ୍କା ନ ଫେରାଇବାରୁ ତଥା ଏକ ମାଉଜର ଡିଲକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ରାଜାର ବନ୍ଧୁ ଓ ସାଧାରଣ ଲୋକ ବିଶ୍ବାସ କରିପାରୁ ନାହାନ୍ତି । ଶନିବାର ବୌଦ୍ଧର ଶତାଧିକ ଯୁବକ ରାଜାର ସମର୍ଥନରେ ତା'ର ମୋବାଇଲ ଦୋକାନରେ ଏକାଠି ହୋଇଛନ୍ତି। ରାଜାର ହତ୍ୟା ପଛରେ ଅନେକ ଅଦୃଶ୍ୟ ଘଟଣା ରହିଥିବା ଚର୍ଚ୍ଚା ହେଉଥିବା ବେଳେ ଏନେଇ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଯୁବ ବର୍ଗ ଦାବି କରିଛନ୍ତି ।

ଏହି ହତ୍ୟାକାଣ୍ଡ ଘଟଣାରେ ତଦନ୍ତ ଜାରି ରହିବା ସହ ଆହୁରି ଅନେକ ଦିଗ ଉପରେ ପୋଲିସ ତୀକ୍ଷ୍ଣ ଦୃଷ୍ଟି ରଖିଥିବା ନେଇ ଏସପି ଭି ରଘୁନାଥ ରାଓ ସୂଚନା ଦେଇଛନ୍ତି । ଶନିବାର ସଂଧ୍ୟାରେ ବୌଦ୍ଧର ଶତାଧିକ ଯୁବକ ଏକ କ୍ୟାଣ୍ଡେଲ ରାଲିରେ ସହର ପରିକ୍ରମା କରି ଗାନ୍ଧୀ ଛକଠାରେ ରାଜାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.