ETV Bharat / state

କୋରୋନା ମୃତକଙ୍କ ସଂଖ୍ୟାକୁ ନେଇ ଦ୍ବନ୍ଦରେ ବୌଦ୍ଧବାସୀ - କୋରୋନା ମୃତକଙ୍କ ସଂଖ୍ୟାକୁ ନେଇ ଦ୍ବନ୍ଦରେ ବୌଦ୍ଧବାସୀ

କୋରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତ୍ୟେକ ଦିନ ଜିଲ୍ଲାରେ ବୃଦ୍ଧି ପାଉଥିବା ବେଳେ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା କୁନେଇ ଦେଖାଦେଇଛି ସମସ୍ୟା । ବେସରକାରୀ ଭାବରେ ଦଶରୁ ଉର୍ଦ୍ଧ୍ବ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ସରକାରୀ ଭାବେ ମାତ୍ର ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ମେଳ ଖାଉ ନାହିଁ ସରକାରୀ ଓ ବେସରକାରୀ ସ୍ତରରେ କୋରୋନା ମୃତକଙ୍କ ସଂଖ୍ୟା, ଅନ୍ଧାରରେ ବୌଦ୍ଧବାସୀ

author img

By

Published : Sep 29, 2020, 12:51 PM IST

ବୌଦ୍ଧ: କୋରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତ୍ୟେକ ଦିନ ଜିଲ୍ଲାରେ ବୃଦ୍ଧି ପାଉଥିବା ବେଳେ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟାକୁ ନେଇ ଦେଖାଦେଇଛି ସମସ୍ୟା । ବେସରକାରୀ ଭାବରେ ଦଶରୁ ଉର୍ଦ୍ଧ୍ବ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ସରକାରୀ ଭାବେ ମାତ୍ର ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ବୌଦ୍ଧ ଜିଲ୍ଲାର କୋରୋନା ସଂକ୍ରମିତ ରେକର୍ଡ ଭାଙ୍ଗିବାରେ ଲାଗିଛି । ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହେବାରେ ଲାଗିଛି । ସୋମବାର ଜିଲ୍ଲାର ବିଭିନ୍ନ ସ୍ଥାନରୁ ନୂତନ ୪୨ ଜଣ ଆକ୍ରାନ୍ତଙ୍କ ସହ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୬ରେ ପହଞ୍ଚିଲାଣି । ତଥାପି ଲୋକେ କିମ୍ବା ପ୍ରଶାସନ ଏନେଇ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନାହାନ୍ତି ।

କୋରୋନା ମୃତକଙ୍କ ସଂଖ୍ୟାକୁ ନେଇ ଦ୍ବନ୍ଦରେ ବୌଦ୍ଧବାସୀ

ସେପଟେ କୋରୋନା ସଂକ୍ରମିତଙ୍କ ମୃତ୍ୟୁକୁ ନେଇ ଦେଖାଦେଇଛି ସମସ୍ୟା । ରବିବାର ବୌଦ୍ଧ କୋଭିଡ ହେଲଥ ସେଣ୍ଟର ମଧ୍ୟରେ ଜଣେ ଓ ବୌଦ୍ଧ ଆଇନ ବିଭାଗର ଜଣେ କର୍ମଚାରୀ ଭୁବନେଶ୍ବରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏହାସହ ପୂର୍ବରୁ ବୌଦ୍ଧ କୋଭିଡ ହେଲଥ ସେଣ୍ଟରରେ ପାଞ୍ଚ ଜଣ ଓ ବାହାରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ବେସରକାରୀ ଭାବେ ସୂଚନା ରହିଥିଲେ ମଧ୍ୟ ସରକାରୀ ଭାବରେ ଜିଲ୍ଲାରୁ କୋରୋନାରେ ଜଣଙ୍କ ମାତ୍ର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଫଳରେ ସାଧାରଣ ଲୋକ ଏବେ ଅନ୍ଧକାରରେ ରହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.