ETV Bharat / state

ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ କୋରୋନା ସଂକ୍ରମିତ

author img

By

Published : Sep 16, 2020, 5:15 PM IST

ଜିଲ୍ଲାରେ ଥମିବାର ନାଁ ନେଉନି କୋରୋନା ସଂକ୍ରମଣ । ସେପଟେ ଟିଏମସି ବନ୍ଦ ହେବାରୁ ଦୁଇ କୋରୋନା ଆକ୍ରାନ୍ତଙ୍କ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି । ସମ୍ପୂର୍ଣ୍ଣ ପଢନ୍ତୁ...

ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ କୋରୋନା ସଂକ୍ରମିତ
ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ କୋରୋନା ସଂକ୍ରମିତ

ବୌଦ୍ଧ: ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଆଜି (ବୁଧବାର) ଆଉ ନୂଆ ୨୨ ଜଣ ସଂକ୍ରମିତଙ୍କ ସହିତ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୬୪ ରେ ପହଞ୍ଚିଛି । ଗତକାଲି (ମଙ୍ଗଳବାର) ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ କୋରୋନାରେ ଆକ୍ରାନ୍ତ ହେବା ସୂଚନା ମିଳିବା ପରେ ବୁଧବାର ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ସମ ହସ୍ପିଟାଲରେ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି ।

ସେପଟେ ଟିଏମସି ବନ୍ଦ ହୋଇଯିବାରୁ ତିଲେଶ୍ବର ପଞ୍ଚାୟତରୁ ଏକ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି । ଗତ ତିନି ଦିନ ତଳେ ପଞ୍ଚାୟତର ମୁଷାଢ ଗାଁର ଦୁଇ ଜଣ ଲୋକ ପଜିଟିଭ ଚିହ୍ନଟ ପରେ ଗୃହ ଅଭାବରୁ ସ୍ଥାନୀୟ ବିଦ୍ୟାଳୟରେ ରହିବାକୁ ଗୁହାରି କରିଥିଲେ। କିନ୍ତୁ ଉକ୍ତ ଦୁଇ ଆକ୍ରାନ୍ତଙ୍କୁ ସହଯୋଗ ନମିଳିବାରୁ ସେମାନେ ବାଧ୍ୟ ହୋଇ ଗାଁର ଏକ ଭଙ୍ଗା ଅଙ୍ଗନବାଡି କେନ୍ଦ୍ର ବରଣ୍ଡାରେ ତିନି ଦିନ ହେଲା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଛନ୍ତି । ଯାହାକୁ ନେଇ ବୁଦ୍ଧିଜୀବୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.