ବୌଦ୍ଧ: ଜିଲ୍ଲାରେ ବାଲ୍ୟ ବିବାହ ଉଦବେଗଜନକ ସ୍ଥିତିରେ ରହିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ବ୍ଲକରେ ବାଲ୍ୟ ବିବାହକୁ ନେଇ ସାମାଜିକ, ଅର୍ଥନୈତିକ ଓ ବ୍ୟାପକ ଜନସଚେତନତା ଅଭାବରୁ ଏହି ପ୍ରଥା ଆଜି ବି ଜାରି ରହିଛି । ରବିବାର ଦିନ ବୌଦ୍ଧ ସିଡିପିଓଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଏକ ବାଲ୍ୟ ବିବାହ ଚାଲିଥିବାବେଳେ ଚାଇଲ୍ଡ ଲାଇନ ସହାୟତାରେ ଏହି ବିବାହକୁ ରୋକିଛି ଜିଲ୍ଲା ପ୍ରଶାସନ ।
ସିଡିପିଓଙ୍କ କାର୍ଯ୍ୟାଳୟ ନିକଟସ୍ଥ ଅଞ୍ଚଳରେ ଏହି ବାଲ୍ୟ ବିବାହ ଚାଲିଥିଲା । ଏନେଇ ଚାଇଲ୍ଡ ଲାଇନ କୌଣସି ସୂତ୍ରରୁ ଖବର ପାଇବା ପରେ ଜିଲ୍ଲା ମହିଳା ଶିଶୁ ବିଭାଗ, ପୋଲିସ ଓ ଚାଇଲ୍ଡ ଲାଇନର ମିଳିତ ଉଦ୍ୟମରେ ଏହାକୁ ରୋକାଯାଇଛି । ତେବେ ଅଧିକାଂଶ ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଏଭଳି ଘଟଣା ସାମ୍ନାକୁ ଆସୁଥିବାରୁ ଏନେଇ ଗଭୀର ଉଦବେଗ ପ୍ରକାଶ ପାଇଛି । ଏଣୁ ଏହି ଦିଗରେ ବ୍ୟାପକ ଜନସଚେତନତାର ଆବଶ୍ୟକତା ରହିଥିବା ସାଧାରଣରେ କୁହାଯାଉଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ