ETV Bharat / state

ମୁକୁଳା ପଡିଛି ଟ୍ରାନ୍ସଫର୍ମର, ବିପଦକୁ ନିମନ୍ତ୍ରଣ ! - ବୌଦ୍ଧ

ଜିଲ୍ଲାରେ ଅନେକ ସ୍ଥାନରେ ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରାନ୍ସଫର୍ମର ଏବେ ମୁକୁଳା ପଡ଼ିଛି । ଅକାରଣରେ କେତେବେଳେ ଜୀବନ ହାନୀ ଘଟିବ ତାହା କହିବା ମୁସ୍କିଲ । କିଛି ଅଘଟଣ ଘଟିବା ପୂର୍ବରୁ ଏହାକୁ ସଜାଡ଼ିବା ପାଇଁ ସାଧାରଣରେ ଦାବି ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : May 25, 2019, 4:27 PM IST

ବୌଦ୍ଧ: ଜିଲ୍ଲାରେ ମୁକୁଳା ପଡିଛି ଉଚ୍ଚ କ୍ଷମତା ସମ୍ପନ୍ନ ବିଶିଷ୍ଟ ଟ୍ରାନ୍ସଫର୍ମର । ବିଦ୍ୟୁତ ସେବା ସଂସ୍ଥା ସାଉଥ-କୋର ଅନେକ ଟ୍ରାନ୍ସଫର୍ମର ବିପଦସଙ୍କୁଳ ଅବସ୍ଥାରେ ପଡିରହିଛି । ତେବେ କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ଏଭଳି ସ୍ଥାନର ଚିହ୍ନଟ କରାଯାଇ ଟ୍ରାନ୍ସଫର୍ମରର ରକ୍ଷଣାବେକ୍ଷଣା କରାଯିବା ନେଇ ସାଧାରଣରେ ଦାବି ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବିଶେଷ ଭାବରେ ମୁଖ୍ୟ ରାସ୍ତା କଡରେ ଥିବା ଟ୍ରାନ୍ସଫର୍ମରଗୁଡିକ ମୁକୁଳା ପଡିରହିଛି । ଫଳରେ ମଣିଷଙ୍କ ଠାରୁ ଆରମ୍ଭ କରି ପ୍ରତିଟି ଜୀବଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି କରୁଛି । କେଉଁଠି ବାଡ ନାହିଁ ତ ଆଉ କେଉଁଠି ରାସ୍ତା ଉପରେ ରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର ।ଏପଟେ ସ୍ଥାନର ଅଭାବ ଯୋଗୁଁ ଏଭଳି ସମସ୍ୟା ଲାଗିରହୁଥିବା ଜଣାପଡିଛି ।

ଏ ସମ୍ପର୍କରେ ବିଭାଗ ଅବଗତ ଥିଲେ ମଧ୍ୟ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବାରୁ ଏଭଳି ସମସ୍ୟା ଦେଖାଦେଇଥିବା କହିଛନ୍ତି ନିର୍ବାହୀ ଯନ୍ତ୍ରୀ । ଏପରିକ ଏ ଦିଗରେ ଖୁବ ଶୀଘ୍ର କାର୍ଯ୍ୟ କରାଯାଇ ସ୍ଥାୟୀ ସମାଧାନ କରାଯିବ ବୋଲି ସେ କହିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ମୁକୁଳା ପଡିଛି ୪୪୦ ଭୋଲ୍ଟବିଶିଷ୍ଟ ବିଦ୍ୟୁତ ଟ୍ରାନ୍ସଫର୍ମର । କୌଣସି ସମୟରେ ମଧ୍ୟ ଘଟିପାରେ ଅଘଟଣ ।ଏଣୁ କୌଣସି ଦୁର୍ଘଟଣା ପୂର୍ବରୁ ଏସବୁ ଅତି ଜରୁରୀ ସ୍ଥାନ କୁ ଚିହ୍ନଟ କରାଯାଇ ଟ୍ରାନ୍ସଫର୍ମର ଗୁଡିକର ରକ୍ଷଣାବେକ୍ଷଣା କରିବାକୁ ଦାବୀ ହୋଇଛି ।

Body:ବୌଦ୍ଧ ଜିଲ୍ଲାରେ ଥିବା ବିଦ୍ୟୁତ ସେବା ସଂସ୍ଥା ସାଉଥକୋର ଅନେକ ଟ୍ରାନ୍ସଫର୍ମର ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଜଣାପଡିଛି ।ବିଶେଷ ଭାବରେ ମୁଖ୍ୟ ରାସ୍ତା କଡରେ ଥିବା ଟ୍ରାନ୍ସଫର୍ମର ଗୁଡିକ ମୁକୁଳା ପଡିଥିବା ବେଳେ ମଣିଷ ଓ ଅନ୍ୟ ଜୀବଜନ୍ତୁ ଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି ହୋଇଛି । କେଉଁଠି ବାଡ ନାହିଁ ତ ଆଉ କେଉଁଠି ରାସ୍ତା ଉପରେ ରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର ।ଏପଟେ ସ୍ଥାନର ଅଭାବ ଯୋଗୁଁ ଏଭଳି ସମସ୍ୟା ଲାଗିରହୁଥିବା ଜଣାପଡିଛି । ଏ ସମ୍ପର୍କରେ ବିଭାଗ ଅବଗତ ଥିଲେ ମଧ୍ୟ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବାରୁ ଏନେଇ ସମସ୍ୟା ଥିବା ସ୍ବୀକାର କରିବା ସହ ପର୍ଯ୍ୟାୟ କ୍ରମେ ଏହାର ସ୍ଥାୟୀ ସମାଧାନ କରାଯିବ ବୋଲି ନିର୍ବାହୀ ଯନ୍ତ୍ରୀ କହିଛନ୍ତି ।

Conclusion:ବାଇଟ-୧-ଦେବାଶିଷ ପୁରୋହିତ, ବୁଦ୍ଧିଜୀବୀ
ବାଇଟ-୨-ଟି ଟି ଆର ସୁବୁଦ୍ଧି, ନିର୍ବାହୀ ଯନ୍ତ୍ରୀ, ସାଉଥକୋ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.