ବୌଦ୍ଧ: ଓଡ଼ିଶାର ପ୍ରଥମ ତହସିଲ ଭାବେ ତହସିଲ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଡିଜିଟାଲାଇଜେସନ ହୋଇଥିବା ବେଳେ ଫୁଲରେ ସଜେଇ ହୋଇଛି ପୁରା କାର୍ଯାଳୟ । ଇଣ୍ଟରିଅର ଡିଜାଇନରେ ଭଳିକି ଭଳି ରଙ୍ଗ ବେରଙ୍ଗର ଫୁଲ ଗଛରେ ସରକାରୀ ତହସିଲ କାର୍ଯ୍ୟାଳୟକୁ ସଜ୍ଜିତ କରାଯାଇଛି । ଏହାସହ ନାଗରିକଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ରାଜସ୍ୱ ବିଭାଗ ପ୍ରୟାସ ଆରମ୍ଭ କରିଛି ।
ସର୍ବଦା ବେଆଇନ ବାଲି ଚାଲାଣ, ଇଟାଭାଟି,ମୋରମ,ପଥର କ୍ବାରିର ବିବାଦରେ ଛନ୍ଦି ହୋଇ ରହୁଥିବା ତହସିଲ ଅଫିସରେ ଏଣିକି ସୌନ୍ଦର୍ଯ୍ୟ ପୂର୍ଣ୍ଣ ପରିବେଶ ସୃଷ୍ଟି କରାଯାଇଛି । ଏହାସହ ଏହି ତହସିଲ ଓଡିଶାର ପ୍ରଥମ ତହସିଲ ଯେଉଁଠି ସମସ୍ତ କାର୍ଯ୍ୟ ଡିଜିଟାଲାଇଜେସନରେ ସମ୍ପନ୍ନ ହେଉଛି ।
ତହସିଲ କାର୍ଯ୍ୟାଳୟକୁ ନେଇ ଲୋକଙ୍କ ମନରେ ଏକ ଭିନ୍ନ ଭାବନା ରହିଥିବା ବେଳେ ବୌଦ୍ଧ ତହସିଲ ଏନେଇ ଗ୍ରହଣ କରିଥିବା ନିଆରା ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ