ETV Bharat / state

ବିବାହ ଉତ୍ସବରୁ ଗଣ ସଂକ୍ରମଣ ସମ୍ଭାବନା: ଜିଲ୍ଲା ରେଡକ୍ରସ

author img

By

Published : May 16, 2021, 9:06 AM IST

ବୌଦ୍ଧରେ ସାଙ୍ଘାତିକ ହେଉଛି କୋରୋନା ସ୍ଥିତି । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଇବା ସହ ମୃତ୍ୟୁର ହାର ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଗ୍ରାମାଞ୍ଚଳରେ ସଂକ୍ରମଣର ମୁଖ୍ୟ କାରଣ ବିଭିନ୍ନ ବିବାହ ଭୋଜି ଉତ୍ସବ ବୋଲି ଜିଲ୍ଲା ରେଡକ୍ରସ ସୋସାଇଟି ଅନୁମାନ କରିଛି । ଅଧିକ ପଢନ୍ତୁ...

ବିବାହ ଉତ୍ସବରୁ ଗଣ ସଂକ୍ରମଣ ସମ୍ଭାବନା: ଜିଲ୍ଲା ରେଡକ୍ରସ
ବିବାହ ଉତ୍ସବରୁ ଗଣ ସଂକ୍ରମଣ ସମ୍ଭାବନା: ଜିଲ୍ଲା ରେଡକ୍ରସ

ବୌଦ୍ଧ: ଜିଲ୍ଲାରେ ସାଙ୍ଘାତିକ ହେଉଛି କୋରୋନା ସ୍ଥିତି । କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀରେ ଅଣାୟତ୍ତ ବୌଦ୍ଧବାସୀ । ଲଗାତାର କିଛିଦିନ ଦେଢ ଶହରୁ ଦୁଇ ଶହ ସଂକ୍ରମିତଙ୍କ ସଂଖ୍ୟା ରହୁଥିବା ବେଳେ ବର୍ତ୍ତମାନ ଏହା ଦୁଇ ଶହରୁ ଅଢେଇ ଶହ ପର୍ଯ୍ୟନ୍ତ ରହୁଛି । ବୌଦ୍ଧ ଜିଲ୍ଲାର ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଇବା ସହ ମୃତ୍ୟୁର ହାର ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଗ୍ରାମାଞ୍ଚଳରେ ସଂକ୍ରମଣର ମୁଖ୍ୟ କାରଣ ବିଭିନ୍ନ ବିବାହ ଭୋଜି ଉତ୍ସବ ବୋଲି ଜିଲ୍ଲା ରେଡକ୍ରସ ସୋସାଇଟି ଅନୁମାନ କରିଛି ।

ଶନିବାର ବୌଦ୍ଧ ବ୍ଲକର ସର୍ବାଧିକ ସଂକ୍ରମିତ ଅଞ୍ଚଳ ମୁଣ୍ଡାପଡା ପଞ୍ଚାୟତର ଖମାରୀପଡା ଗ୍ରାମରେ ରେଡକ୍ରସ ଟିମ ପହଞ୍ଚି ଏକ ସ୍ବତନ୍ତ୍ର କ୍ୟାମ୍ପ କରି ଲୋକଙ୍କୁ କିଟ ପ୍ରଦାନ ସହ ସଚେତନ କରାଇଥିଲେ । ସେପଟେ ହରଭଙ୍ଗା ବ୍ଲକର ବିଭିନ୍ନ ଗ୍ରାମରେ ସଂକ୍ରମିତଙ୍କ ଘରକୁ ଘର ବୁଲି ବିଜେପି ଯୁବ ମୋର୍ଚ୍ଚାର ସ୍ବେଚ୍ଛାସେବୀମାନେ ନିଜ ଉଦ୍ୟମରେ ସାନିଟାଇଜ କରୁଥିବା ଦେଖିବାକୁ ମିଳିଥିଲା ।

ତେବେ ସ୍ବେଚ୍ଛାସେବୀଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.