ବୌଦ୍ଧ: ପ୍ରଥମେ ବନ୍ୟା ତାପରେ ଏବେ ହାଡଭଙ୍ଗା ଶୀତ ଗରିବ ଅସହାୟଙ୍କ ଦୁଃଖ ବେଶ ବଢାଇ ଦେଇଛି । ବାରମ୍ବାର ଗୁହାରୀ ପରେ ମଧ୍ୟ ସରକାରୀ ଯୋଜନା ସତେ ଯେପରି ଅପହଞ୍ଚ ହୋଇପଡିଛି ଏମାନଙ୍କ ପାଇଁ ।
ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ପଞ୍ଚାୟତ ଚଣ୍ଡିଗଡ ଓ ସରଧାପୁର ଗ୍ରାମର ଗରିବ ଅସହାୟ ଲୋକଙ୍କ ଦୁଃଖ ଏବେ କହିଲେ ନସରେ । ଦୁଇ ଗ୍ରାମର ଅନେକ ଗରିବ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇପାରି ନଥିବାରୁ ସେମାନଙ୍କ ମାଟି ଓ ଛଣ ଘର ବନ୍ୟା ପାଣିରେ ପ୍ରଭାବିତ ହୋଇଥିଲେ ।
ସେପଟେ ବର୍ତ୍ତମାନ ପ୍ରବଳ ଶୀତର ଲହରୀ ଯୋଗୁଁ ଅନେକ ଗରିବ ଲୋକ କଷ୍ଟ ଭୋଗୁଛନ୍ତି । ଏନେଇ ହିତାଧିକାରୀ ବାରମ୍ବାର ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ସରଧାପୁର ଗ୍ରାମର ଗରିବ ମହିଳା ଚମ୍ପାଙ୍କ ଅସହାୟତା ଭଳି ଅନେକ ପରିବାର ଏଭଳି କଷ୍ଟରେ ରହିଥିବା ବେଳେ ତୁରନ୍ତ ଏମାନଙ୍କୁ ଚିହ୍ନଟ କରି ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ