ବୌଦ୍ଧ: ଜିଲ୍ଲାର ବିଭିନ୍ନ ଗ୍ରାମ୍ୟ ଜଙ୍ଗଲରେ ହୋଇଥିବା ଗଞ୍ଜେଇ ଚାଷକୁ ଉଭୟ ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ ପୃଥକ ପୃଥକ ଚଢ଼ାଉ କରି ନଷ୍ଟ କରିବାରେ ଲାଗିଛନ୍ତି । ଜିଲ୍ଲାରେ ପୋଲିସ ବିଭାଗ ହଜାର ଏକରରୁ ଊର୍ଦ୍ଧ୍ବ ଓ ଅବକାରୀ ବିଭାଗ ପାଞ୍ଚ ଶହ ଏକରରୁ ଊର୍ଦ୍ଧ୍ବ ଗଞ୍ଜେଇ ଚାଷକୁ ନଷ୍ଟ କରିସାରିଥିବା ସୂଚନା ମିଳିଛି ।
ଗୋଟିଏ ଦିନ ପୂର୍ବରୁ ଜିଲ୍ଲା ପୋଲିସ ବାଉଁଶୁଣୀ ଥାନା ଅନ୍ତର୍ଗତ ତାଳଗରୀ ଗ୍ରାମ୍ୟ ଜଙ୍ଗଲରେ ଚଢ଼ାଉ କରି ପ୍ରାୟ 110 ଏକର ଗଞ୍ଜେଇ ଚାଷକୁ ନଷ୍ଟ କରିଥିଲେ । ମଙ୍ଗଳବାର ଜିଲ୍ଲା ଅବକାରୀ ବିଭାଗ କଣ୍ଟାମାଳ ଥାନା ଅନ୍ତର୍ଗତ କାନିସେମେଲ ଗ୍ରାମ୍ୟ ଜଙ୍ଗଲରେ ମିଳିତ ଚଢ଼ାଉ କରି ଏଗାର କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା ସୂଚନା ମିଳିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ