ETV Bharat / state

ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ ବୌଦ୍ଧ ବିଧାୟକ

author img

By

Published : Sep 9, 2020, 7:28 AM IST

ସୋମବାର କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପରେ ମଙ୍ଗଳବାର ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ବୌଦ୍ଧ ଜିଲ୍ଲାର ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା କରିବା ସହ ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି । ଅଧିକ ପଢ଼ନ୍ତୁ...

Boudh MLA Pradeep kumar Amat, Boudh MLA reviewed the flood situation, flood effected area of Boudh, ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ, ବୌଦ୍ଧ ବିଧାୟକଙ୍କ ବନ୍ୟାଞ୍ଚଳର ସ୍ଥିତି ଅନୁଧ୍ୟାନ, ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ
ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କଲେ ବୌଦ୍ଧ ବିଧାୟକ

ବୌଦ୍ଧ: ମହାନଦୀରେ ବନ୍ୟା ଆଶଙ୍କା ଟଳିଥିଲେ ମଧ୍ୟ କୋରୋନା କିନ୍ତୁ କାୟା ବିସ୍ତାର କରିବାରେ ଲାଗିଛି । ସେପଟେ ବନ୍ୟା ପୀଡିତଙ୍କ ନିକଟରେ ସୋମବାର କଂଗ୍ରେସ ବିଧାୟକ ପହଞ୍ଚିବା ପରେ ମଙ୍ଗଳବାର ସ୍ଥାନୀୟ ବିଜେଡି ବିଧାୟକ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ।

ରାଜ୍ୟ ସହ ବୌଦ୍ଧ ଜିଲ୍ଲାରେ ମଧ୍ୟ ଥମିବାର ନା ନେଉନି କରୋନା ସଂକ୍ରମଣ । ପ୍ରତ୍ୟେକ ଦିନ ଛୋଟ ଏହି ଜିଲ୍ଲାରେ କୋଡିଏରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ବନ୍ୟା ଆଶଙ୍କା ଟଳିଥିଲେ ମଧ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ମଙ୍ଗଳବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ନୂତନ ୨୫ ଆକ୍ରାନ୍ତ ଚିହ୍ନଟ ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 868ରେ ପହଞ୍ଚିଛି । ସେପଟେ କିନ୍ତୁ କୋରୋନା ଦୁଃଖ ଠାରୁ ବନ୍ୟା ପରବର୍ତ୍ତୀ ଦୁଃଖ ବେଶ ବଢିଯାଇଛି ।

ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ମହାନଦୀ କୂଳରେ ଥିବା ପଞ୍ଚାୟତ ଗୁଡିକର ଚାଷଜମି ଚଳିତ ବର୍ଷ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଅନେକ ଗରିବ ଲୋକ ବାସହରା ହୋଇଛନ୍ତି । ସୋମବାର ବରିଷ୍ଠ ବିଧାୟକ ନରସିଂହ ମିଶ୍ର ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ପହଞ୍ଚିବା ସହ ବୌଦ୍ଧ ଜିଲ୍ଲା ପ୍ରଶାସନ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ମଙ୍ଗଳବାର ବୌଦ୍ଧର ବିଧାୟକ ପ୍ରଦୀପ କୁମାର ଅମାତ କୁଶଙ୍ଗ, ମହାଲିକପଡା ପଞ୍ଚାୟତ ଉପାନ୍ତ ଗ୍ରାମର ବନ୍ୟା ଦୁର୍ଗତଙ୍କ ପାଖରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.