ETV Bharat / state

ଦାଉ ସାଧିଲା ବର୍ଷା: କୁଷ୍ଠାଶ୍ରମରେ ବର୍ଷାଜଳ ମାଡୁଛି ଲହଡି, ଉପବାସରେ ଅନ୍ତେବାସୀ

author img

By

Published : Aug 29, 2020, 4:35 PM IST

ଲଗାଣ ବର୍ଷା ମହାନଦୀରେ ବନ୍ୟା ଓ ପ୍ରଶାସନିକ ଅବହେଳାର ଫଳ ଭୋଗୁଛନ୍ତି ବୌଦ୍ଧ ଜିଲ୍ଲା ସଦର ମହକୁମାରେ ଥିବା କୁଷ୍ଠାଶ୍ରମର ଅନ୍ତେବାସୀ ।

Boudh Leprosy Shelte
Boudh Leprosy Shelte

ବୌଦ୍ଧ: ଲଗାଣ ବର୍ଷା ଜଳ ନିଷ୍କାସନ ପାଇଁ କୌଣସି ବ୍ଯବସ୍ଥା ନହେବା ଓ ପ୍ରଶାସନିକ ଅବହେଳା ପାଇଁ ଆଜିକୁ 5 ରୁ 6 ଦିନ ହେଲା କୁଷ୍ଠାଶ୍ରମ ଭିତରେ ବର୍ଷା ପାଣି ଲହଡି ମାରୁଛି । ଫଳରେ ଆଶ୍ରୟ ସ୍ଥଳେ ଥିବା ଅନ୍ତେବାସୀଙ୍କର ରୋଷେଇ ଠପ ହୋଇପଡିଥିବାବେଳେ ଭୋକ ଉପାସରେ ଅତି ଦୟନୀୟ ଭାବେ ପଡି ରହିଛିନ୍ତି । ଯଦି କେହି କୌଣସି ଶୁଖିଲା ଖାଦ୍ୟ ଦେଲେ ତାହା ଖାଉଛନ୍ତି ଅନ୍ତେବାସୀ ।

ଦାଉ ସାଧିଲା ବର୍ଷା; କୁଷ୍ଠାଶ୍ରମରେ ବର୍ଷାଜଳ ମାଡୁଛି ଲହଡି, ଉପବାସରେ ଅନ୍ତେବାସୀ

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଜିଲ୍ଲା ସଦର ମହକୁମା ନିକଟରେ ଥିବା ଏହି କୁଷ୍ଠାଶ୍ରମକୁ ଲାଗି ରହିଛି ଏକ ପ୍ରମୁଖ ରାସ୍ତା । ଏହି ରାସ୍ତାରେ ଅନ୍ତେବାସୀଙ୍କ ସହ ସ୍ଥାନୀୟ ଜନସାଧାରଣ, ବରଫ ଗୋଦାମ, ଟୁଟୁସିଙ୍ଘା ବିଦ୍ୟାଳୟ, କେନ୍ଦୁପତ୍ର ଡିଭିଜନର କର୍ମଚାରୀ ନିର୍ଭରଶୀଳ । କିନ୍ତୁ ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡିଛି । ପୁଣି ଲଗାଣ ବର୍ଷାରେ ରାସ୍ତାଟି ଆହୁରି ସଂଗୀନ ସ୍ଥିତିକୁ ଆସିଯାଇଛି । ବର୍ତ୍ତମାନ ଉକ୍ତ ରାସ୍ତା ଦେଇ ଯାତାୟାତ କରିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି ।

ଅନ୍ୟପଟେ ବର୍ଷା କମିଯାଇଥିଲେ ମଧ୍ୟ କମିନାହିଁ କୁଷ୍ଠାଶ୍ରମରେ ଥିବା ଅନ୍ତେବାସୀଙ୍କ ଦୁର୍ଦ୍ଦଶା । ଗତ 5 ଦିନ ଧରି ଭୋକ ଉପାସରେ ଥିବା ତୁରନ୍ତ ପ୍ରଶାସନ ସାହାଯ୍ୟ ଯୋଗାଇ ଦେବାକୁ ଦାବି କରିଛନ୍ତି । ସେହିପରି ସ୍ଥାନୀୟ ଲୋକ ମଧ୍ୟ ଅନ୍ତେବାସୀଙ୍କୁ ତୁରନ୍ତ ଯଥା ସମ୍ଭବ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି । ତେବେ ଏହି ଅସହାୟ ଅନ୍ତେବାସୀଙ୍କ ନିକଟରେ ପ୍ରଶାସନ କେବେ ପହଞ୍ଚୁଛି ତା ଉପରେ ନଜର ।

ବୌଦ୍ଧରୁ ସତ୍ଯ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.