ETV Bharat / state

ସଙ୍କଟରେ ଐତିହାସିକ ଲକ୍ଷ୍ମୀସାଗର

ପୁନଃରୁଦ୍ଧାର ଅପେକ୍ଷାରେ ଲକ୍ଷ୍ମୀସାଗର । ଐତିହାସିକ ସାଗର ଭାବେ ପରିଚିତ ଲକ୍ଷ୍ମୀସାଗର ।

author img

By

Published : Jun 3, 2019, 12:11 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ତେଲିବନ୍ଧ ପଞ୍ଚାୟତ ଓ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ମଝିରେ ଗ୍ରାମ ଚନ୍ଦ୍ରପୁର । ଗ୍ରାମରେ ଅପୂର୍ବ ସୌନ୍ଦର୍ଯ୍ୟରେ ଭରପୁର ଐତିହାସିକ ଲକ୍ଷ୍ମୀସାଗର, ଯାହାକି ଚନ୍ଦ୍ରପୁର ସାଗର ଭାବେ ପରିଚିତ । ଦିନଥିଲା ବିଭିନ୍ନ ମାଛ ସହ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ରାବରେ ଫାଟି ପଡୁଥିଲା ସମ୍ପୂର୍ଣ୍ଣ ପରିବେଶ ।

ମାତ୍ର ବର୍ତ୍ତମାନ ସେ ସୌନ୍ଦର୍ଯ୍ୟ କୁଆଡେ ଉଭେଇ ଯାଇଛି । 356 ଏକରର ଏହି ବିସ୍ତୃତ ସାଗର ଆଜି ପଙ୍କ ଓ ଦଳର କବଜାରେ । ଜବରଦଖଲ ଓ ଦୂଷିତ ପାଣି ଯୋଗୁଁ ଅସ୍ଥିତ୍ବ ହରାଇଛି ଲକ୍ଷ୍ମୀସାଗର । 1866 ମସିହାର ନଅଙ୍କ ଦୁର୍ଭିକ୍ଷ ସମୟରେ ବୌଦ୍ଧ ରାଜା ପୀତାମ୍ବରଦେବ ଏହି ବିରାଟକାୟ ମନୁଷ୍ୟକୃତ ବନ୍ଧକୁ ଖୋଳାଇଥିଲେ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପ୍ରାଚୀନ ଜଗନ୍ନାଥ ସଡକ ଦେଇ ଯାଉଥିବା ଯାତ୍ରୀଙ୍କ ପାଇଁ ପାନୀୟ ଜଳର ସୁବିଧା କରେଇବା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ତେବେ ଏହି ଐତିହାସିକ ସାଗର ଏବେ ସଙ୍କଟରେ । ଏହାର ପୁନରୁଦ୍ଧାର ପାଇଁ ଗୁହାରି କରିବା ସହ ପର୍ଯ୍ୟଟନ କ୍ଷେତ୍ର ପାଇଁ ଉପଯୁକ୍ତ ସ୍ଥାନ ହୋଇପାରନ୍ତା ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ଦିନ ଥିଲା ବଡ ବଡ ମାଛ ଓ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ କଳରବରେ ଫାଟି ପଡୁଥିଲା ।ଅପୂର୍ବ ସୌନ୍ଦର୍ଯ୍ୟରେ ଭରପୁର ଐତିହାସିକ ଲକ୍ଷ୍ମୀ ସାଗର ଯାହାକି ଚନ୍ଦ୍ର ପୁର ସାଗର ଭାବେ ପରିଚିତ ଆଜି ପୋତି ହେବାସହ ଜବରଦଖଲ ଓ ଦୂଷିତ ପାଣି ଯୋଗୁଁ ନିଜର ଅସ୍ଥିତ୍ବ ହରାଇବା ଅବସ୍ଥାରେ ପହଞ୍ଚିଲାଣି ।

Body:ବୌଦ୍ଧ ଗଡଜାତ ର ସର୍ବ ବୃହତ କଟା ବା ମନୁଷ୍ୟକୃତ ବନ୍ଧ ଭାବେ ଚନ୍ଦ୍ର ପୁରର ଲକ୍ଷ୍ମୀ ସାଗର ପରିଚିତ ।୧୮୬୬ ମସିହାରେ ନ ଅଙ୍ଗ ଦୁର୍ଭିକ୍ଷ ଓଡ଼ିଶାର ମାନଚିତ୍ର କୁ ଭିନ୍ନ ମୋଡ ଦେଇଥିବା ବେଳେ ବୌଦ୍ଧ ରାଜା ପୀତାମ୍ବରଦେବ ଏହି ବିରାଟକାୟ ବନ୍ଧକୁ ଖୋଳାଇଥିଲେ ।୩୫୬ ଏକର ପରିମିତ ଏକ ବିସ୍ତୃତ ଜଳଭଣ୍ଡାର ଯୋଗୁଁ ଏହାକୁ ସାଗର କୁହାଗଲା ।ଏଠାକାର ମାଛ ଓ ବିଭିନ୍ନ ପ୍ରଜାତିର ପକ୍ଷୀ ସର୍ବାଧିକ ଆକର୍ଷଣୀୟ ହେଉଥିଲା ।କିନ୍ତୁ ବର୍ତ୍ତମାନ ଏହା ୨୧୯ ଏକର ମଧ୍ୟରେ ସୀମିତ ରହିଥିବା ବେଳେ ଜବରଦଖଲ ଓ ପଙ୍କୋଦ୍ଧାର ନହେବା ଯୋଗୁଁ ଧିରେ ଧିରେ ସଙ୍କୁଚିତ ହେବାରେ ଲାଗିଛି ।

Conclusion:ଏହି ଐତିହାସିକ ସାଗରକୁ ପୁନରୁଦ୍ଧାର ସହ ଏହାକୁ ପର୍ଯ୍ୟଟନ ସ୍ଥଳୀ କରାଗଲେ ଏହାର ସୁରକ୍ଷା ସହିତ ବୌଦ୍ଧ ଜିଲ୍ଲାର ପ୍ରକୃତି ପର୍ଯ୍ୟଟନ କ୍ଷେତ୍ର ଉପଯୁକ୍ତ ସ୍ଥାନ ହୋଇପାରନ୍ତା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.