ETV Bharat / state

ମିଳୁନି ସରକାରୀ ସହାୟତା, ଆନ୍ଦୋଳନକୁ ଓହ୍ଲାଇବାକୁ ଶ୍ରମିକ ସଂଗଠନର ସଜବାଜ

author img

By

Published : Sep 23, 2022, 12:35 PM IST

ସମସ୍ୟା ଘେରରେ ଛନ୍ଦି ହୋଇ ରହିଛି ବୌଦ୍ଧ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ । ଦୀର୍ଘ ଦିନ ହେଲା ଏଠାରେ ଶ୍ରମ ଅଧିକାରୀ ପଦବୀ ଖାଲି ପଡିଥିବାବେଳେ, କେବଳ ଅସ୍ଥାୟୀ କର୍ମଚାରୀଙ୍କ ଭରସାରେ ଚାଲିଛି ବିଭାଗ ।

ମିଳୁନି ସରକାରୀ ସହାୟତା, ଆନ୍ଦୋଳନକୁ ଓହ୍ଲାଇବ ଶ୍ରମିକ ସଂଗଠନ

ବୌଦ୍ଧ: ଦୁର୍ଦିନରେ ଗତି କରୁଛନ୍ତି ଶ୍ରମିକ ଓ ଶ୍ରମିକ ପରିବାର । ଶ୍ରମ କାର୍ଯ୍ୟାଳୟରେ ଶ୍ରମ ଅଧିକାରୀ ନଥିବାରୁ ବିଭିନ୍ନ ଯୋଜନାରୁ ବଞ୍ଚିତ ଶ୍ରମିକ ପରିବାର । ଫଳରେ ଏବେ ସମସ୍ୟାରେ ଯେମିତି ପେଶି ହୋଇଗଲେଣି ବୌଦ୍ଧ ଜିଲ୍ଲାର ଶ୍ରମିକ । ଜିଲ୍ଲାର ଶ୍ରମ କାର୍ଯ୍ୟାଳୟରେ କେହି ଅଧିକାରୀ ନଥିବା ଏପରି ଅସୁବିଧା ଦେଖାଦେଇଛି । ଦୀର୍ଘ ଦିନ ହେଲା ଏଠାରେ ଶ୍ରମ ଅଧିକାରୀ ପଦବୀ ଖାଲି ପଡିଥିବାବେଳେ, କେବଳ ଅସ୍ଥାୟୀ କର୍ମଚାରୀଙ୍କ ଭରସାରେ ଚାଲିଛି ଶ୍ରମ ବିଭାଗ ।

ସେପଟେ ତିନି ବର୍ଷରୁ ଉର୍ଦ୍ଧ୍ବ ହେଲା ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ସମ୍ପୂର୍ଣ୍ଣ ବନ୍ଦ ହୋଇ ରହିଛି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ୫୦ ହଜାରରୁ ଉର୍ଦ୍ଧ୍ବ ନିର୍ମାଣ ଶ୍ରମିକ ରହିଥିବାବେଳେ, ତନ୍ମଧ୍ୟରୁ ଅନେକଙ୍କୁ ଦୀର୍ଘ ଦିନ ହେଲା ସରକାରୀ ପକ୍କା ଘର ଏପରିକି ବିବାହ କାଳୀନ, ଶିକ୍ଷା ସହାୟତା ଓ ସରକାରଙ୍କ କୌଣସି ଯୋଜନାର ସୁଫଳ ମିଳିପାରିନାହିଁ । ଜିଲ୍ଲା ଶ୍ରମ ଅଧିକାରୀ ଦାୟିତ୍ୱରେ ଥିବା କନ୍ଧମାଳ ଜିଲ୍ଲାର ଅଧିକାରୀ ଅନୁପସ୍ଥିତ ରହୁଥିବାରୁ ଅସ୍ଥାୟୀ କର୍ମଚାରୀ ବର୍ତ୍ତମାନ ଶ୍ରମିକଙ୍କ କେବଳ କାଗଜପତ୍ର କାର୍ଯ୍ୟ କରୁଛନ୍ତି ।

ଜିଲ୍ଲାର ଶ୍ରମିକଙ୍କ ସମସ୍ୟା କୁନେଇ ଜିଲ୍ଲା ମିଳିତ ଶ୍ରମିକ ସଂଗଠନର ପ୍ରତିନିଧିମାନେ ବୁଧବାର ସନ୍ଧ୍ୟାରେ ଶ୍ରମ ଅଧିକାରୀଙ୍କୁ ଘେରିବା ସହିତ ତୁରନ୍ତ ଶ୍ରମିକଙ୍କ ସମସ୍ୟାର ସମାଧାନ ନହେଲେ, ଆସନ୍ତା ୨୬ ତାରିଖରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ଶ୍ରମିକ ନେତା ଅବକାଶ ସାହୁ କହିଛନ୍ତି ଯେ, ''ବୌଦ୍ଧ ଜିଲ୍ଲା ନବୀନଙ୍କ ରାଜନୀତିରେ ଯେତିକି ଗୁରୁତ୍ବ ପାଉଛି ଏହି ଜିଲ୍ଲାରେ ପଞ୍ଜିକୃତ ୫୦ ହଜାରରୁ ଉର୍ଦ୍ଧ୍ବ ଶ୍ରମିକ ୨୦୧୮ ମସିହାରୁ ଆଜି ପର୍ଯ୍ୟନ୍ତ ଜଣେ ବି ଶ୍ରମିକ ବିବାହ ସହାୟତା, ଶିକ୍ଷା ସହାୟତା, ସାଇକେଲ, ଗୃହ ଆଦି ନପାଇବା ଅତ୍ୟନ୍ତ ଦୁଃଖର କଥା ।"

ସେ ଆହୁରି ମଧ୍ୟ କହିଛନ୍ତି, "ଏନେଇ ବାରମ୍ବାର ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ବସିଛୁ, ଏହା ସତ୍ତ୍ବେ ମଧ୍ୟ କୌଣସି ସୁଫଳ ମିଳୁନାହିଁ, ତେଣୁ ଆମେ ନିଷ୍ପତ୍ତି ନେଇଛୁ ସାରା ଜିଲ୍ଲର ସମସ୍ତ ଶ୍ରମକିଙ୍କୁ ଏଠାକୁ ଆଣି ଚଳିତ ସେପ୍ଟେମ୍ବର ୨୬ରୁ ଦାବି ପୂରଣ ପର୍ଯ୍ୟନ୍ତ ଜିଲ୍ଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବୁ, ଯେତେ ଦିନ ପର୍ଯ୍ୟନ୍ତ ଏହି ଜିଲ୍ଲାର ଶ୍ରମିକ ତାଙ୍କ ହକ୍‌ ଓ ନ୍ୟାୟ ପାଇ ନାହାନ୍ତି, ସେତେ ଦିନ ପର୍ଯ୍ୟନ୍ତ ଉଠିବୁନି, ସରକାରୀ ଷଡଯନ୍ତ୍ର ବିରୋଧରେ ଏହା ଏକ ଲଢେଇ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.