ETV Bharat / state

ଟିକା କେନ୍ଦ୍ରରେ ସାମ୍ବାଦିକଙ୍କ ପାଇଁ ଟୀକାଦାନ ବ୍ୟବସ୍ଥା - ବୌଦ୍ଧ ସମ୍ବାଦିକଙ୍କ ଟୀକାକରଣ

ବୌଦ୍ଧ ଜିଲ୍ଲାରେ ଟୀକାକରଣ ଆଠ ଦିନ ବନ୍ଦ ପରେ ଆଜିଠୁ ପୁଣି ଆରମ୍ଭ ହେଲା ଟୀକାକରଣ । ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଚାରୋଟି କେନ୍ଦ୍ରରେ କୋରୋନା ପ୍ରତିଷେଧକ ଟୀକା ପ୍ରଦାନ ଆରମ୍ଭ ହୋଇଛି । ଏହାକୁ ନେଇ ସାମ୍ବାଦିକ ମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅଧିକ ପଢନ୍ତୁ ...

ଟିକା କେନ୍ଦ୍ରରେ ସାମ୍ବାଦିକଙ୍କ ଟୀକାଦାନ ବ୍ୟବସ୍ଥା

author img

By

Published : May 7, 2021, 5:04 PM IST

ବୌଦ୍ଧ: ଆଜି (ଶୁକ୍ରବାର) ଠାରୁ ଜିଲ୍ଲାରେ ଆରମ୍ଭ ହେଲା ଗଣମାଧ୍ୟମ ପ୍ରତିନିଧିଙ୍କୁ କୋରୋନା ପ୍ରତିଷେଧକ ଟୀକା ଦାନ ପ୍ରକ୍ରିୟା । ବୌଦ୍ଧ ଜିଲ୍ଲାରେ ଗତ 29 ତାରିଖରୁ କୋଭିଡ ଭେକ୍ସିନେସନ ଟୀକା ଅଭାବରୁ ବନ୍ଦ ରହିଥିଲା ।

ଟିକା କେନ୍ଦ୍ରରେ ସାମ୍ବାଦିକଙ୍କ ଟୀକାଦାନ ବ୍ୟବସ୍ଥା

ଆଜି ବୌଦ୍ଧ ଜିଲ୍ଲାର ସଦର ମହକୁମା ସହିତ ପୁରୁଣାକଟକ, ବାଉଁଶୁଣୀ ଓ ମନମୁଣ୍ଡା ଠାରେ ଟୀକାକରଣ କାର୍ଯ୍ୟକ୍ରମ ଜାରି ରହିଥିଲା । ବୌଦ୍ଧ ଜିଲ୍ଲାର ସର୍ବମୋଟ 56 ଜଣ ଗୋପବନ୍ଧୁ ସୁରକ୍ଷା ବୀମା ଯୋଜନାରେ ଅନ୍ତର୍ଭୁକ୍ତ ସାମ୍ବାଦିକଙ୍କ ସହ ବୌଦ୍ଧ ସାମ୍ବାଦିକଙ୍କ ପାଇଁ ଟୀକାକରଣ ଆରମ୍ଭ ହୋଇଥିଲା । ଖୋଦ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବୌଦ୍ଧ ଟୀକାଦାନ କେନ୍ଦ୍ରରେ ଉପସ୍ଥିତ ରହି ସମନ୍ବୟ କାର୍ଯ୍ୟ ତୁଲାଇଥିଲେ ।

ତେବେ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବୟସ୍କ ପାଇଁ ଉଦ୍ଦିଷ୍ଟ ଟୀକାଗ୍ରହଣର ଦ୍ବିତୀୟ ପର୍ଯ୍ୟାୟରେ ପ୍ରବଳ ଭିଡ ପରିଲକ୍ଷିତ ହେବା ସହିତ କୋଭିଡ ଗାଇଡ ଲାଇନର ଉଲଙ୍ଘନ ହୋଇଥିବା ଜଣାପଡିଛି । ସେପଟେ ସାମ୍ବାଦିକଙ୍କୁ କୋରୋନା ଯୋଦ୍ଧା ଓ ଟୀକାଦାନକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.