ବୌଦ୍ଧ: ପଞ୍ଚଭୂତରେ ବିଲୀନ ହେଲା ସାମ୍ବାଦିକଙ୍କ ମର ଶରୀର । ଦୀର୍ଘ ଦଶ ଦିନର ସଂଘର୍ଷ ପରେ ଜୀବନ ହାରିଛନ୍ତି ବୌଦ୍ଧର ବରିଷ୍ଠ ତଥା କାର୍ଯ୍ୟରତ ସାମ୍ବାଦିକ ବିଶ୍ବଜିତ ପୃଷ୍ଟି । ଗତ ଗୁରୁବାର ଖବର ସଂଗ୍ରହ ପାଇଁ ଅନୁଗୁଳ ଯାଇ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ସେ ବୌଦ୍ଧ ଓ ପରେ ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
ରବିବାର ରାତି 8 ଟାରେ ତାଙ୍କ ମର ଶରୀର ବୌଦ୍ଧରେ ପହଞ୍ଚିଥିଲା । ତାଙ୍କ ଶେଷ ଦର୍ଶନ ପାଇଁ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ, ଜିଲ୍ଲାର କାର୍ଯ୍ୟରତ ସମସ୍ତ ସାମ୍ବାଦିକ, ବିଭିନ୍ନ ସଂଗଠନର କର୍ମକର୍ତ୍ତା, ବ୍ୟକ୍ତି ବିଶେଷ ପହଞ୍ଚି ଥିଲେ । ସ୍ବର୍ଗତ ବିଶ୍ବଜିତ ପୃଷ୍ଟିଙ୍କ ଦୁଇଟି ଝିଅ ଥିବାବେଳେ ତାଙ୍କ ମେଳାପୀ ସ୍ବଭାବ ଯୋଗୁଁ ରବିବାର ସମଗ୍ର ବୌଦ୍ଧରେ ଶୋକର ଛାୟା ଖେଳି ଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ