ETV Bharat / state

ପାଣ୍ଡିଆନଙ୍କ ଇସ୍ତଫା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏକ ନାଟକ: ଜିଲ୍ଲା କଂଗ୍ରେସ

author img

By ETV Bharat Odisha Team

Published : Oct 30, 2023, 10:12 PM IST

ଭି.କେ ପାଣ୍ଡିଆନ ଚାକିରୀରୁ ଅବସର ଗ୍ରହଣ ଓ ରାଜ୍ୟ ସରକାର ତାଙ୍କୁ 5 ଟି ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦେବାକୁ ନେଇ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ବିରୋଧ । ଏହା ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଏକ ଷଡ଼ଯନ୍ତ୍ର ବୋଲି ସାଂଘାତିକ ଅଭିଯୋଗ କଲା କଂଗ୍ରେସ । ଅଧିକ ପଢ଼ନ୍ତୁ

ପାଣ୍ଡିଆନଙ୍କ ଇସ୍ତଫା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏକ ନାଟକ

ବୌଦ୍ଧ: ଭି.କେ ପାଣ୍ଡିଆନ ଚାକିରୀରୁ ଅବସର ଗ୍ରହଣ ଓ ରାଜ୍ୟ ସରକାର ତାଙ୍କୁ 5 ଟି ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦେବାକୁ ନେଇ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି । ଏହାକୁ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ କହିବା ସହ ଏନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ । ଏସମ୍ପର୍କରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯିବା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭୂମିକା କୁନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।

ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା 5 ଟି ସେକ୍ରେଟାରୀ ଭି.କେ ପାଣ୍ଡିଆନଙ୍କ ଅବସର ଗ୍ରହଣକୁ ମଞ୍ଜୁରୀ ଓ ଏହାର ତିନି ଦିନ ମଧ୍ୟରେ ତାଙ୍କୁ 5 ଟି ଅଧ୍ୟକ୍ଷ ଭାବରେ ଜଣେ କ୍ୟାବିନେଟ ପାହ୍ୟାକୁ ଉନ୍ନିତ କରିବା ଘଟଣା କ୍ରମକୁ କଂଗ୍ରେସ ଅଗଣତାନ୍ତ୍ରିକ ବୋଲି ଅଭିଯୋଗ କରି ଏହାର ପ୍ରତିବାଦ କରିଛି । ପାଣ୍ଡିଆନଙ୍କ ଇସ୍ତଫା ଏକ ନାଟକ ବୋଲି କଂଗ୍ରେସ ଅଭିଯୋଗ କରିବା ସହିତ ଏହା ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଏକ ଷଡ଼ଯନ୍ତ୍ର ବୋଲି ସାଂଘାତିକ ଅଭିଯୋଗ କରିଛି ।

ଏହା ମଧ୍ୟ ପଢ଼ନ୍ତୁ.....ମୁଖ୍ୟମନ୍ତ୍ରୀଙ୍କ ହାତରୁ ଖସିଯାଉଛି ଶାସନ ଭାର ଆଉ କେହି ଜୋର ଜବରଦସ୍ତ ଚଳାଉଛି : ପ୍ରଦୀପ

କଂଗ୍ରେସର ଅଭିଯୋଗ ମୁତାବକ ଗତ ଜୁନ ୨୬ ତାରିଖରେ ଓଡ଼ିଶାର ମୁଖ୍ୟ ଶାସନସଚିବଙ୍କୁ ସର୍ବଭାରତୀୟ ପ୍ରଶାସନିକ ସେବା ଆଇନ ଓ ଆଚାର ସଂହିତାର ଉଲଙ୍ଘନ କୁନେଇ କେନ୍ଦ୍ର ସରକାରଙ୍କ କାର୍ମୀକ ମନ୍ତ୍ରଣାଳୟ ବିଭାଗ ଭି.କେ ପାଣ୍ଡିଆନଙ୍କ ବାବଦରେ ତଦନ୍ତ କରିବା ପାଇଁ ପତ୍ର ଲେଖିଥିଲେ । ନିୟମ ମୁତାବକ ୪୫ ଦିନ ମଧ୍ୟରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଏହି ଅଭିଯୋଗର ତଦନ୍ତ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା କଥା । କିନ୍ତୁ ଏଭଳି ସମୟରେ ତଦନ୍ତ ଦିଗହରା ହୋଇ ଓଲଟି ପାଣ୍ଡିଆନଙ୍କ ସ୍ବେଛାକୃତ ଅବସରଗ୍ରହଣକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିବାକୁ କଂଗ୍ରେସ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି । ଏହାଛଡା ତୁରନ୍ତ ଭି.କେ ପାଣ୍ଡିୟାନଙ୍କୁ 5 ଟି ଅଧ୍ୟକ୍ଷ ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଅଧ୍ୟକ୍ଷ ଭାବରେ ନିଯୁକ୍ତି କୁନେଇ ଜିଲ୍ଲା କଂଗ୍ରେସ ପ୍ରଶ୍ନ ଉଠାଇଛି । ଏନେଇ ଆଗାମୀ ଦିନରେ କଂଗ୍ରେସ ପ୍ରତ୍ୟେକ ଗାଁ ଗାଁକୁ ଯାଇ ଏଭଳି ଦୁର୍ଭାଗ୍ୟ ଜନକ ତଥ୍ୟକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବ ବୋଲି ଜିଲ୍ଲା କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.