ETV Bharat / state

ପ୍ରତିଷ୍ଠା ଦିବସରେ ଜିଲ୍ଲା କଂଗ୍ରେସର ବୌଦ୍ଧ ବଞ୍ଚାଅ ଆନ୍ଦୋଳନ

author img

By ETV Bharat Odisha Team

Published : Dec 29, 2023, 12:35 PM IST

INC foundation Day: ବୌଦ୍ଧ ଜିଲ୍ଲାର ବିଭିନ୍ନ ସମସ୍ୟା ତଥା ଦୁର୍ନୀତିକୁ ନେଇ ବୌଦ୍ଧରେ ଜିଲ୍ଲା ବଞ୍ଚାଅ ଆନ୍ଦୋଳନ । ପ୍ରତିଷ୍ଠା ଦିବସରେ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାର ବିକାଶକୁ ନେଇ ତୀବ୍ର ଅସନ୍ତୋଷ । ଅଧିକ ପଢନ୍ତୁ

କଂଗ୍ରେସ ପ୍ରତିଷ୍ଠା ଦିବସରେ ବୌଦ୍ଧ ବଞ୍ଚାଅ ଆନ୍ଦୋଳନର ନାରା ଦେଲା ଜିଲ୍ଲା କଂଗ୍ରେସ

ବୌଦ୍ଧ: ଆଜି ଭାରତୀୟ ଜାତୀୟ କଂଗ୍ରେସର ୧୩୯ତମ ପ୍ରତିଷ୍ଠା ଦିବସ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସମସ୍ୟା ତଥା ଦୁର୍ନୀତିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଜିଲ୍ଲା କଂଗ୍ରେସ । ଏହି କ୍ରମରେ ଗୁରୁବାର ବୌଦ୍ଧରେ ଜିଲ୍ଲା ବଞ୍ଚାଅ ଆନ୍ଦୋଳନକୁ ଓହ୍ଲାଇଛି ଜିଲ୍ଲା କଂଗ୍ରେସ । ଏହା ସମ୍ପର୍କିତ ଦଶ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାର ବିକାଶକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରାଯାଇଛି । କୃଷି ପ୍ରଧାନ ବୌଦ୍ଧ ଜିଲ୍ଲାରେ କୌଣସି ନୂତନ ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇନଥିବା ବେଳେ ପୂର୍ବରୁ ଥିବା ସାଲୁଙ୍କୀ ସେଚ ପ୍ରକଳ୍ପ ଓ ବାଘନଦୀ ସେଚ ପ୍ରକଳ୍ପ ଉପରେ ଅଞ୍ଚଳର ଚାଷୀ ନିର୍ଭରଶୀଳ ।

ଏହା ମଧ୍ୟ ପଢନ୍ତୁ... ନୂଆବର୍ଷରେ ପାଇଁ ବୌଦ୍ଧରେ ପର୍ଯ୍ୟଟକଙ୍କ ଭିଡ, ପିକନିକ ସ୍ପଟର ବିକାଶ ପାଇଁ 'ଅକ୍ସି ଟୁରିଜିମ'

ଗତ କିଛି ଦିନ ପୂର୍ବରୁ ସାଲୁଙ୍କୀ ନଦୀର ସତୀଘାଟ ଠାରେ ଏକ ସେଚ ପ୍ରକଳ୍ପ ନିର୍ମାଣକୁ ସରକାରଙ୍କ ମଞ୍ଜୁରୀକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ବିରୋଧ କରାଯିବା ସହିତ ଏହି ପ୍ରକଳ୍ପଟି ଉପରେ ମୁଣ୍ଡରେ ଗମ୍ଭୀରାଦରହ ଠାରେ ନିର୍ମାଣ ପାଇଁ ଦାବି କରାଯାଇଛି । ସେହିପରି ଜିଲ୍ଲାର ଏକମାତ୍ର ବୌଦ୍ଧ ପୌରାଞ୍ଚଳକୁ ମ୍ୟୁନିସିପାଲଟି ଏବଂ କଣ୍ଟାମାଳ, ମନମୁଣ୍ଡା, ବାଉଶୁଣୀ ଓ ପୁରୁଣା କଟକ ଭଳି ଚାରିଗୋଟି ଅଞ୍ଚଳକୁ ଏନଏସିର ମାନ୍ୟତା ପ୍ରଦାନ ପାଇଁ ଦାବି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ... ମାଓ ଅଧ୍ୟୁଷିତ ପଞ୍ଚାୟତରେ ଅପହଞ୍ଚ ସରକାରୀ ଯୋଜନା

ବୌଦ୍ଧ ଜିଲ୍ଲାରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତିର ତଦନ୍ତ, ଦୁଇଟି ସବଡିଭିଜନ ଓ ୧୨୧ଗୋଟି ପଞ୍ଚାୟତ ପ୍ରତିଷ୍ଠା, ମହାନଦୀରେ ତିନୋଟି ବ୍ୟାରେଜ ନିର୍ମାଣ, ଜିଲ୍ଲାର ଥାନା ସଂଖ୍ୟା ବୃଦ୍ଧି, ପ୍ରାଚୀନ ଜଗନ୍ନାଥ ସଡକର ଉନ୍ନତି, ଜିଲ୍ଲା ବିକାଶ ପାଇଁ ସ୍ବତନ୍ତ୍ର ମାଷ୍ଟର ପ୍ଲାନ, ଜିଲ୍ଲାରେ କୃଷି ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଭଳି ଦଶ ଗୋଟି ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରଦାନ କରାଯାଇଛି । ତେବେ ଏସବୁ ସମସ୍ୟାର ସମାଧାନ ନହେଲେ ଆଗାମୀ ଜାନୁଆରୀ 15 ତାରିଖ ଠାରୁ ଜିଲ୍ଲା କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.