ETV Bharat / state

ଆଇଓସିଏଲକୁ ସବୁଜତୈଳ ଯୋଗାଇଲା ବୌଦ୍ଧ ଡିଷ୍ଟିଲାରୀ - Boudh distilleries supplied green oil to IOCL

ରାଜ୍ୟରେ ପ୍ରଥମ ଥର ପାଇଁ ଆଇଓସିଏଲକୁ ଏଥନୋଲ ବା ସବୁଜ ତୈଳ ଯୋଗାଇଲା ବୌଦ୍ଧ ଡିଷ୍ଟିଲାରୀ । ଏହି ତୈଳ ଉଭୟ ସବୁଜ ପରିବେଶ ଓ ଚାଷ ପାଇଁ ସହାୟକ ହେବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

ଆଇଓସିଏଲକୁ ସବୁଜତୈଳ ଯୋଗାଇଲା ବୌଦ୍ଧ ଡିଷ୍ଟିଲାରୀ

author img

By

Published : Jan 29, 2021, 8:42 PM IST

ବୌଦ୍ଧ: ରାଜ୍ୟରେ ପ୍ରଥମ ଥର ପାଇଁ ସବୁଜ ତୈଳ ଉତ୍ପାଦନ କରି ଆଇଓସିଏଲକୁ ଯୋଗାଇଲା ବୌଦ୍ଧ ଡିଷ୍ଟିଲାରୀ । ଆଜି(ଶୁକ୍ରବାର) ବୌଦ୍ଧ ଜିଲ୍ଲା ପାଇଁ ଥିଲା ଏକ ଐତିହାସିକ ତଥା ସ୍ମରଣୀୟ ଦିବସ । କାରଣ ଆଜି ପ୍ରଥମ ଥର ପାଇଁ ରାଜ୍ୟର କୌଣସି କମ୍ପାନୀ ଏଥନୋଲ ବା ସବୁଜ ତୈଳ ପ୍ରସ୍ତୁତ କରି ଆଇଓସିଏଲକୁ ଯୋଗାଇ ପାରିଛି ।

ଆଇଓସିଏଲକୁ ସବୁଜତୈଳ ଯୋଗାଇଲା ବୌଦ୍ଧ ଡିଷ୍ଟିଲାରୀ

ଏହାର ମିଶ୍ରଣ ପ୍ରକ୍ରିୟା, ଇକୋ ଫ୍ରେଣ୍ଡଲି ଓ ଏହାର ପ୍ରସ୍ତୁତି ସମ୍ପର୍କରେ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହି ଏଥନୋଲ ସରକାରଙ୍କ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଶୁକ୍ରବାର ବୌଦ୍ଧ ଜିଲ୍ଲାର ତିତିରିକଟା ନିକଟରେ ଥିବା ବୌଦ୍ଧ ଡିଷ୍ଟିଲାରୀ ୱାର୍ଡରୁ ପ୍ରଥମ ଥର ପାଇଁ ଝାରସୁଗୁଡା ଆଇଓସିଏଲକୁ ଏହି ଏଥନୋଲ ଯୋଗାଣର ଶୁଭାରମ୍ଭ ହୋଇଥିଲା ।

ଫିଙ୍ଗି ଦିଆଯାଉଥିବା ତଥା ଅଦରକାରୀ ଚାଉଳରୁ ପ୍ରସ୍ତୁତ ଏହି ସବୁଜ ତୈଳ ଉତ୍ପାଦନ କରି ଉଭୟ ଡିଷ୍ଟିଲାରୀ ଓ ବୌଦ୍ଧ ଜିଲ୍ଲାବାସୀ ବେଶ ଆନନ୍ଦିତ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.