ETV Bharat / state

ଲକଡାଉନ ପ୍ରଭାବ; ବୌଦ୍ଧରେ ବଢିଲା ପରିବା ଦର - ବୌଦ୍ଧରେ ବଢିଲା ପରିବା ଦର

ଲକଡାଉନ ପ୍ରଭାବରେ ବୌଦ୍ଧରେ ବଢିଲା ପରିବା ଦର । ଯାହାକୁ ନେଇ ଖାଉଟି ଚିନ୍ତା ବ୍ୟକ୍ତ କରିବା ସହ ହସ୍ତକ୍ଷେପ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Boudh daily
Boudh daily
author img

By

Published : Mar 26, 2020, 7:00 AM IST

ବୌଦ୍ଧ: ମହାମାରୀ କୋରୋନା ବିରୋଧରେ ସାରା ଦେଶରେ ଆରମ୍ଭ ହୋଇଛି ମହାସଂଗ୍ରାମ । ଏହି ଭାଇରସକୁ ପରାସ୍ତ କରିବା ପାଇଁ ସାରା ଦେଶ ପ୍ରତିଶୃତିବଦ୍ଧ । ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଲକଡାଉନ ପାଳନ ପାଇଁ ଅନୁରୋଧ କରିଛନ୍ତି । ଯାହା ବୌଦ୍ଧରେ ମଧ୍ୟ ପାଳନ ହେଉଛି ।

ଲକଡାଉନ ପ୍ରଭାବ; ବୌଦ୍ଧରେ ବଢିଲା ପରିବା ଦର

ବୁଧବାର ବୌଦ୍ଧରେ ଲକଡାଉନ ଘୋଷଣା ହେବାପରେ ହଠାତ କିଛି ଅତ୍ୟାବଶ୍ୟକ ସାମଗ୍ରୀର ମୁଲ୍ୟ ବଢିଯାଇଥିଲା । ତେବେ କେମିତି ଥିଲା ବୌଦ୍ଧରେ ଲକଡାଉନର ପ୍ରଥମ ଦିନ ତାହା ପରଖିଥିଲା ଇଟିଭି ଭାରତ । ଲକଡାଉନ ଘୋଷଣା ହେବାପରେ ଦୈନିକ ବଜାରକୁ ଏକ ନୂତନ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା । ବୌଦ୍ଧର ଦୈନିକ ବଜାରରୁ ଗହଳି ଏଡାଇବା ପାଇଁ ପ୍ରଶାସନ ନିକଟସ୍ଥ ଛାପାଖାନା ପଡିଆରେ ବଜାର ବସାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବୁଧବାର ଲକଡାଉନର ପ୍ରଥମ ଦିନରେ ଅନେକ ପନିପରିବା ଦର ହଠାତ ବୃଦ୍ଧି ପାଇଥିବାରୁ ଏନେଇ ଖାଉଟିଙ୍କ ମଧ୍ୟରେ ଆଶା ଓ ଆଶଙ୍କା ଦେଖାଦେଇଛି ।

ବିଶେଷ ଭାବେ ଆଳୁ ପିଆଜ ଭଳି ନିତ୍ୟ ବ୍ୟବହାର୍ଯ୍ୟ ପରିବା ଦର ଉପରେ ଦୃଷ୍ଟି ଦେବାକୁ ଗ୍ରାହକ ପ୍ରଶାସନକୁ ଅନୁରୋଧ କରିଛନ୍ତି । ସେପଟେ ଗାଡିମୋଟର ଓ ମଣ୍ଡିର ସମସ୍ୟା ଯୋଗୁଁ ଏଭଳି କିଛି ଦରବୃଦ୍ଧି ହୋଇଥିବା ବ୍ୟବସାୟୀ ସ୍ବୀକାର କରିଛନ୍ତି । ପ୍ରଶାସନ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣ ଜନତା ତଥା ଖାଉଟି ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.