ETV Bharat / state

ପିଲାଙ୍କ ସହ ସମୟ ବିତାଇଲେ ଜିଲ୍ଲାପାଳ - ଶିଶୁଙ୍କ ପାଇଁ ଦିନଟିଏ

ପିଲାଙ୍କ ସହ ସମୟ ବିତାଇଲେ ଜିଲ୍ଲାପାଳ । ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ "ଶିଶୁଙ୍କ ପାଇଁ ଦିନଟିଏ" ଜିଲ୍ଲାପାଳ ଅତିଥି ଭାବେ ଯୋଗ ଦେଇ ଛୋଟ ଛୋଟ ପିଲାଙ୍କ ସହ କଥା ହୋଇ ସମୟ ବିତାଇଛନ୍ତି । ଅଧିକ ପଢ଼ନ୍ତୁ

boudh collector
ବୌଦ୍ଧ ଜିଲ୍ଲାପାଳ
author img

By

Published : Dec 24, 2022, 7:50 AM IST

ପିଲାଙ୍କ ସହ ସମୟ ବିତାଇଲେ ଜିଲ୍ଲାପାଳ

ବୌଦ୍ଧ: ଶିଶୁଙ୍କ ପାଇଁ ଦିନଟିଏ । ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଛୋଟ ପିଲାଙ୍କୁ ନେଇ "ଶିଶୁଙ୍କ ପାଇଁ ଦିନ ଟିଏ" କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲାଙ୍କ ସହ ସମୟ ବିତାଇଥିଲେ । ଜିଲ୍ଲାସ୍ତରୀୟ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ କୃତ୍ତିତ୍ବ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: 26 ତାରିଖରେ ବିଜେଡିର ରୌପ୍ୟ ଜୟନ୍ତୀ, ତାଳବଣିଆରେ ପ୍ରସ୍ତୁତି ଜୋରଦାର

"ଶିଶୁଙ୍କ ପାଇଁ ଦିନଟିଏ" ଅବସରରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିଭିନ୍ନ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ସହିତ ସମୟ ଅତିବାହିତ କରିଥିଲେ । କୁନି କୁନି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ବିଭିନ୍ନ ଅନ୍ତର୍ନିହିତ ପ୍ରତିଭା ଓ ଗୁଣାବଳୀର ବିକାଶ ପାଇଁ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଆହ୍ବାନ ଦେଇଥିଲେ । ଜିଲ୍ଲାର ଅନେକ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଘୋଷଣା ସହିତ ଶିଶୁ ଶ୍ରମିକ ମୁକ୍ତ ପାଇଁ ଏହାକୁ ସାମାଜିକ ଦାୟିତ୍ୱ ଭାବରେ ଗ୍ରହଣ କରିବାକୁ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ । ପିଲାମାନେ ହସିଖେଳି ଜିଲ୍ଲାପାଳଙ୍କ ସହ ସମୟ ଅତିବାହିତ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: Pratap Chandra Sarangi Met PM: ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ସାଂସଦ ପ୍ରତାପ ଷଡଙ୍ଗୀ

ଜିଲ୍ଲାର କୌଣସି ବିଦ୍ୟାଳୟ କିମ୍ବା ଅନୁଷ୍ଠାନରେ ଶିଶୁ ମାନଙ୍କୁ ମାନସିକ ଚାପ କିମ୍ବା ଶାରୀରିକ ଦଣ୍ଡ ବାରଣ ଉପରେ ଜିଲ୍ଲାପାଳ ବିଶେଷ ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିବା ସହିତ ଶିଶୁ କାରାଗାରରେ ପ୍ରଥମଥର ପାଇଁ ଥିବା ତିନି ବାଳ ଅପରାଧୀଙ୍କ ପ୍ରତି ଅଧିକ ସମ୍ବେଦନଶୀଳର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ଶିଶୁ ସୁରକ୍ଷା ବିଭାଗ, ଚାଇଲ୍ଡ ଲାଇନ, ମହିଳା ଶିଶୁ ସୁରକ୍ଷା ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.