ବୌଦ୍ଧ: ବୌଦ୍ଧ ଅଞ୍ଚଳରେ ୧୯୭୮ ମସିହାରେ ସ୍ଥାପନ ହୋଇଥିଲା ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ । ଏହି ଶିକ୍ଷାନୁଷ୍ଠାନ ହେଉଛି ବୌଦ୍ଧ ଜିଲ୍ଲାର ସର୍ବପୁରାତନ ତଥା ନୋଡାଲ ମହାବିଦ୍ୟାଳୟ । ପୂର୍ବରୁ ଏହି ସ୍କୁଲରେ ରୂସା ମାଧ୍ୟମରେ କିଛି ଉନ୍ନତି କରାଯାଇଥିବାବେଳେ ଏବେ କେନ୍ଦ୍ରର ଆଇଡିପି(ଇନ୍ସଟିଟ୍ୟୁସନାଲ ଡେଭଲପମେଣ୍ଟ ପ୍ଲାନ) ବିଶ୍ବ ବ୍ୟାଙ୍କ ସହାୟତାରେ ଅନୁଷ୍ଠାନକୁ ଦଶ କୋଟି ଟଙ୍କା ଯୋଗାଇ ଦିଆଯାଇଛି ।
ତେବେ ଇତି ମଧ୍ୟରେ ମହାବିଦ୍ୟାଳୟକୁ ୪୨ ବର୍ଷ ବିତିଯାଇଥିଲେ ମଧ୍ୟ ସରକାରୀ ମାନ୍ୟତା ପାଇପାରୁ ନଥିବାରୁ ଏହାର ସର୍ବାଙ୍ଗୀନ ଉନ୍ନତି ହୋଇପାରି ନାହିଁ । ତେଣୁ ଆଇଡିପି ମାଧ୍ୟମରେ କରାଯାଇଥିବା ସହାୟତାରେ ଉଭୟ ମହାବିଦ୍ୟାଳୟ ଓ ଶିକ୍ଷାଦାନର ପ୍ରକ୍ରିୟା ଉପରେ ପଡିବ ବୋଲି ଉଭୟ ବିଦ୍ୟାର୍ଥୀ ତଥା ଅବିଭାବକ ଆଶା ରଖିଛନ୍ତି । କିନ୍ତୁ ଜିଲ୍ଲାର କୌଣସି ମହାବିଦ୍ୟାଳୟ ସରକାରୀ ମାନ୍ୟତା ନପାଇବା ତଥା ପୂର୍ବରୁ ଅନେକ ଥର ଉନ୍ନୟନ ଟଙ୍କା ଖର୍ଚ୍ଚ ନହୋଇ ଫେରିଯିବା ଭଳି ତିକ୍ତ ଅନୁଭୂତି ରହିଛି ।
ଏବେ ପରିବର୍ତ୍ତିତ ସମୟରେ ଏହି ଦଶ କୋଟି ଟଙ୍କାର ବ୍ୟୟ ବରାଦ ମହାବିଦ୍ୟାଳୟକୁ ଏକ ନୂଆ ଦିଶା ପ୍ରଦାନରେ ସହାୟକ ହେବ ବୋଲି କୁହାଯାଉଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ