ETV Bharat / state

ବୌଦ୍ଧ ଗସ୍ତରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସାଂସଦ ଅପରାଜିତା - ବୌଦ୍ଧ ଖବର

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦିନିକିଆ ବୌଦ୍ଧ ଗସ୍ତ । ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ । ଅଧିକ ପଢନ୍ତୁ

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବୌଦ୍ଧ ଗସ୍ତ
ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବୌଦ୍ଧ ଗସ୍ତ
author img

By ETV Bharat Odisha Team

Published : Nov 2, 2023, 4:23 PM IST

Updated : Nov 2, 2023, 6:55 PM IST

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବୌଦ୍ଧ ଗସ୍ତ

ବୌଦ୍ଧ: ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତ କରିଛନ୍ତି । ସାଂସଦ ଦିନିକିଆ ଗସ୍ତରେ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହିତ ଏକ ବିରାଟ ଶୋଭାଯାତ୍ରା କରିଥିଲେ । ଏହି ଅବସରରେ ସ୍ଥାନୀୟ ସର୍କିଟ ହାଉସଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ଅପରାଜିତା । ବୌଦ୍ଧ ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା, ଶିକ୍ଷା, କେନ୍ଦ୍ର ସରକାରଙ୍କ ଯୋଜନାର ବାଟମାରଣା ଅଭିଯୋଗ କରି ସରକାରଙ୍କୁ ଟାର୍ଗେଟ କରିଥିଲେ ।

ପ୍ରଥମେ ସାଂସଦ ଅପରାଜିତା ପୁରୁଣା କଟକ ସ୍ଥିତ ମା' ଭୈରବୀଙ୍କ ଦର୍ଶନ କରିଥିଲେ । ଏହାପରେ ଅପରାହ୍ନରେ ବୌଦ୍ଧଠାରେ ପହଞ୍ଚିଥିଲେ । ସ୍ଥାନୀୟ ସର୍କିଟ ହାଉସରେ ପହଞ୍ଚିବା ପରେ ତାଙ୍କୁ ବିଜେପି ନେତା ଓ କର୍ମୀମାନେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ ।

ଏହାମଧ୍ୟ ପଢନ୍ତୁ: ଆବାସ ଯୋଜନା ଧୂଆଁବାଣ, ଉପାନ୍ତ ଆମ୍ବଗାଁ ପଞ୍ଚାୟତରେ ବାଟବଣା ବିକାଶ

ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ସାଂସଦ ଅପରାଜିତା ଷଡଙ୍ଗୀ ବୌଦ୍ଧ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଶେଷଭାବରେ ଉଚ୍ଚଶିକ୍ଷା, ସ୍ବାସ୍ଥ୍ୟସେବା ଓ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ନେଇ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ବୌଦ୍ଧ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ରାଜ୍ୟ ସରକାର ଠିକରେ କାର୍ଯ୍ୟକାରୀ କରୁନଥିବା ସେ ଅଭିଯୋଗ ଆଣିଥିଲେ ।

ଏହାମଧ୍ୟ ପଢନ୍ତୁ: ଆଢେଣୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା

ସନ୍ଧ୍ୟାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ କଣ୍ଟାମାଳ ବ୍ଲକ ଅନ୍ତର୍ଗତ ପଲସାଗୋରା ପଞ୍ଚାୟତ ଠାରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାର ପଲସାଗୋରା ଠାରୁ ବାଘମୁଣ୍ଡା ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଆୟୋଜିତ ପଦଯାତ୍ରାରେ ଅପରାଜିତା ଷଡ଼ଙ୍ଗୀ ସାମିଲ ହୋଇଥିଲେ । ବାଘମୁଣ୍ଡା ଠାରେ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀଙ୍କ ଗହଣରେ ସାଂସଦଙ୍କୁ ସ୍ବାଗତ କରାଯାଇଥିଲା । ତେବେ ସେଠାରେ ମଧ୍ୟ ଅନୁଷ୍ଠିତ ସାଧାରଣ ସଭାରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ । ପରେ ସାଂସଦ ଅପରାଜିତା ଏକ ବିରାଟ ଶୋଭାଯାତ୍ରାରେ ପଲସାଗୋରା ଗ୍ରାମରେ ପଦଯାତ୍ରା କରି ମୁରାସୁର ଦରବାରରେ ପହଞ୍ଚି ଥିଲେ । ମୁରାସୁର ଦରବାରରେ ଅପରାଜିତା ଯୋଗ ଦେଇ ଅଞ୍ଚଳବାସୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଉଦବୋଧନ ଦେଇଥିଲେ ।

ଇଟିଭି ଭାରତ, ବୌଦ୍ଧ

Last Updated : Nov 2, 2023, 6:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.