ବୌଦ୍ଧ: ବନ୍ୟା ପରବର୍ତ୍ତୀ କ୍ଷୟ କ୍ଷତି ପାଇଁ ସରକାର ପ୍ରଦାନ କରିଥିବା ଏଫଡିଆର ଫଣ୍ଡକୁ ନେଇ ବିଜେପିର ତୀବ୍ର ସମାଲୋଚନା । ଏହି ଅର୍ଥ ସମ୍ପୂର୍ଣ୍ଣ ସ୍ଥାୟୀ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ରାସ୍ତା ଘାଟ ମାଟି ମୋରମ କାର୍ଯ୍ୟରେ ସୀମିତ ରହିଥିବା ଅଭିଯୋଗ କରିଛି ବିଜେପି ।
ଚଳିତ ବର୍ଷ ପ୍ରଳୟଙ୍କରୀ ବନ୍ୟା ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟାଇ ଥିଲା । ବୌଦ୍ଧ ଓ ହରଭଙ୍ଗା ବ୍ଲକରେ ମହାନଦୀ ଓ କଣ୍ଟାମାଳ ବ୍ଲକର ତେଲନଦୀରେ ବନ୍ୟା ଯୋଗୁଁ ଅନେକ ସ୍ଥାନରେ ରାସ୍ତା ଘାଟ ଧୋଇ ହୋଇ ଯାଇଥିଲା । ଏସବୁ କ୍ଷୟ କ୍ଷତି ହୋଇଥିବା ରାସ୍ତା ଘାଟର ସ୍ଥାୟୀ ନିର୍ମାଣ ପାଇଁ ସରକାର ଏଫଡିଆର ଫଣ୍ଡ ଯୋଗାଇ ଦେଇଛନ୍ତି । ତେବେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏହି ଏଫଡିଆର ଫଣ୍ଡର ବିନିଯୋଗରେ ଘୋଟାଲା ହୋଇଥିବା ନେଇ ଜିଲ୍ଲା ବିଜେପି ପକ୍ଷରୁ ତୀବ୍ର ସମାଲୋଚନା ହୋଇଛି ।
ତେଲନଦୀ କୂଳରେ ଥିବା ପଞ୍ଚାୟତ ତଥା କ୍ଷତି ଗ୍ରସ୍ତ ଅଞ୍ଚଳରେ ଏହି ଅର୍ଥକୁ ବିନିଯୋଗ କରା ନଯାଇ ଅନ୍ୟ ଅଞ୍ଚଳରେ ଏହି ଫଣ୍ଡ ବିନିଯୋଗକୁ ବିଜେପି ବିରୋଧ କରିଛି । ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଏଫଡିଆର ଫଣ୍ଡର କାର୍ଯ୍ୟକୁ ନେଇ କଣ୍ଟାମାଳ ବିଡ଼ିଓ ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ