ETV Bharat / state

ବିଜେପି ନେତା ଲୋକନାଥ ହତ୍ୟାକାଣ୍ଡ: ତଦନ୍ତକୁ ନେଇ ଦଳ ପକ୍ଷରୁ ଧାରଣା - ବିଜେପି ଯୁବ ନେତା

ବିଜେପି ଯୁବ ନେତା ମର୍ଡରର ତଦନ୍ତକୁ ନେଇ ଅସନ୍ତୁଷ୍ଟ ବିଜେପି । ଏହି ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ କିମ୍ବା ସିବିଆଇ ତଦନ୍ତ ଦାବି କରି ଗୁରୁବାର ବୌଦ୍ଧ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଅଧିକ ଖବର ପଢନ୍ତୁ...

ବିଜେପି ନେତା ଲୋକନାଥ ହତ୍ୟାକାଣ୍ଡ ତଦନ୍ତକୁ ନେଇ ଦଳ ପକ୍ଷରୁ ଧାରଣା

author img

By

Published : Aug 6, 2020, 9:11 PM IST

ବୌଦ୍ଧ: ବିଜେପି ଯୁବ ନେତା ମର୍ଡରର ତଦନ୍ତକୁ ନେଇ ଅସନ୍ତୁଷ୍ଟ ବିଜେପି । ଏହି ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ କିମ୍ବା ସିବିଆଇ ତଦନ୍ତ ଦାବି କରି ଆଜି (ଗୁରୁବାର) ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଜିଲ୍ଲା ସିଆଲଝୁଲି ଗ୍ରାମର ବିଜେପି ଯୁବ ନେତା ଲୋକନାଥ ହତ୍ୟାକାଣ୍ଡକୁ ଆଜି ତେର ଦିନ ପୂରିଛି । ହେଲେ ଏବେବି ତଦନ୍ତ ଠିକରେ ହୋଇନଥିବା ଜିଲ୍ଲା ବିଜେପି ଅଭିଯୋଗ କରିଛି ।

ବିଜେପି ନେତା ଲୋକନାଥ ହତ୍ୟାକାଣ୍ଡ ତଦନ୍ତକୁ ନେଇ ଦଳ ପକ୍ଷରୁ ଧାରଣା

ଏଠାରେ ପ୍ରକାଶ ଥାଉକି ଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡରେ ବୌଦ୍ଧ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କିନ୍ତୁ ଏହି ଘଟଣାର ପଛରେ ଆହୁରି କେତେକଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷରେ ହାତ ଥିବା ବିଜେପି ବାରମ୍ବାର ଅଭିଯୋଗ କରିଆସୁଛି । ବୁଧବାର କଣ୍ଟାମାଳ ଥାନା ସମ୍ମୁଖରେ ବିଜେପି ପକ୍ଷରୁ ଧାରଣା ଦିଆଯିବା ପରେ ଆଜି ବୌଦ୍ଧ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।

ବିଶେଷ ଭାବରେ ଏହି ହତ୍ୟାକାଣ୍ଡର ତଦନ୍ତକାରୀ ଅଧିକାରୀଙ୍କ ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀଙ୍କ ଭୂମିକା ସନ୍ଦେହ ଜନକ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କିମ୍ବା ସିବିଆଇ ଦ୍ବାରା କରାଯିବାକୁ ଦଳ ଦାବି କରିଛି ।

ଘଟଣା ସମ୍ପର୍କରେ ଆଜି ଜିଲ୍ଲାପାଳ, ଏସପିଙ୍କ ସହିତ ବିଜେପିର ଏକ ପ୍ରତିନିଧି ଦଳ ଆଲୋଚନା ପରେ ଧାରଣା ପ୍ରତ୍ୟାହାର କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.