ETV Bharat / state

ମିଳିଲାନି ସହାୟତା, ଅଟୋ ଚାଳକଙ୍କ ସହଯୋଗରେ ଭାଇ କଲା ଶବ ସତ୍କାର

ବେସହାରା ପରିବାରକୁ ସାହା ହେଲେ 2 ଅଟୋଚାଳକ । ଭଉଣୀଙ୍କ ମୃତଦେହକୁ ନେବା ପାଇଁ କେହି ସହଯୋଗ କରିନଥିବା ବେଳେ 2 ଅଟୋ ଚାଳକଙ୍କ ବଦନ୍ୟତା ବଳରେ ଭାଇ ଶବ ସତ୍କାର କରିଛି । ଅଧିକ ପଢନ୍ତୁ..

ମିଳିଲାନି ସହାୟତା,  ଅଟୋ ଚାଳକଙ୍କ ସହଯୋଗରେ ଭାଇ କଲା ଶବ ସତ୍କାର
ମିଳିଲାନି ସହାୟତା, ଅଟୋ ଚାଳକଙ୍କ ସହଯୋଗରେ ଭାଇ କଲା ଶବ ସତ୍କାର
author img

By

Published : Sep 24, 2020, 12:42 PM IST

ବୌଦ୍ଧ: ସରକାରୀ ଯୋଜନା ଥାଇ ବି ମୃତଦେହକୁ ମିଳୁନି ସମ୍ମାନ । ମହାପରାୟଣ କିମ୍ବା ହରିଶ୍ଚନ୍ଦ୍ର ଯୋଜନା ଠାରୁ ଢେର ଦୂରରେ ଏକ ଅସହାୟ ପରିବାରକୁ ସହାୟତା ଯୋଗାଇଲେ ଦୁଇ ଅଟୋ ଚାଳକ । ବିକାଶର ଏଭଳି ଏକ ନଗ୍ନ ଚିତ୍ର ବୁଧବାର ମଧ୍ୟରାତ୍ରରେ ବୌଦ୍ଧ ଜିଲ୍ଲା ମୁର୍ଷୁଣ୍ଢି ପଞ୍ଚାୟତ ଲୁଣ୍ଡାବେଣୀ ଗ୍ରାମର ଦେଖିବାକୁ ମିଳିଛି ।

ମିଳିଲାନି ସହାୟତା, ଅଟୋ ଚାଳକଙ୍କ ସହଯୋଗରେ ଭାଇ କଲା ଶବ ସତ୍କାର

ଏହି ଗାଁରେ ଜଣେ ପିତୃହରା ଯୁବତୀଙ୍କ ବୁଧବାର ରାତିରେ କୌଣସି କାରଣରୁ ବୌଦ୍ଧ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ସ୍ଥିତି ଏପରି ଥିଲା କି ମୃତଦେହ ନେବାକୁ ମଧ୍ୟ କେହି ସହୟତା କଲେ ନାହିଁ । ନା ସ୍ବାସ୍ଥ୍ୟ ବିଭାଗ, ନା ଗାଁ ଲୋକେ କେହି କିଛି ସହଯୋଗ କଲେ ନାହିଁ । ଯେଉଁଥିପାଇଁ ଦୀର୍ଘ ସମୟ ଧରି ମୃତଦେହକୁ ବୃଦ୍ଧା ମା ଓ ଭାଇଭଉଣୀ ଜଗି ରହିଲେ । ଏଭଳି ସମୟରେ ଦୁଇ ଜଣ ଅଟୋ ଚାଳକ ବିନୋଦ ଧଳ ଓ ସୁରେଶ ସାହୁ ଏହି କରୁଣ ଦୃଶ୍ୟ ଦେଖି ନିଜ ଅଟୋରେ ମୃତଦେହକୁ ନେବା ସହ କାଠ ଓ ଅନ୍ୟ ସାମଗ୍ରୀ ଯୋଗାଇ ବୌଦ୍ଧ ରାଜଘାଟ ଠାରେ ଶବ ସତ୍କାର କରିଥିଲେ ।

ତେବେ ଏଭଳି ଘଟଣା ଏବେ ଆମ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.