ETV Bharat / state

ଟଙ୍କା ଲୁଟିଲେ ଦୁର୍ବୃତ୍ତ, ଅଭିଯୋଗ କରିବାରୁ କଲେ ମରଣାନ୍ତକ ଆକ୍ରମଣ

ଅପରାଧିଙ୍କ ଟାର୍ଗେଟରେ କଣ୍ଟାମାଳ ଓ ମନମୁଣ୍ଡା ଥାନା ଅଞ୍ଚଳ । ଗତକିଛି ଦିନ ହେବ ପୋଲିସ ଆକ୍ସନ ମୁଡକୁ ଆସିବା ପରେ ଅପରାଧିକ ମାମଲା ହ୍ରାସ ପାଇଥିବା ବେଳେ ବର୍ତ୍ତମାନ ପୁଣି ଏକ ଦମ୍ପତିଙ୍କଠାରୁ ଦୁର୍ବୃତ୍ତ ଲୁଟ ସହିତ ଆକ୍ରମଣ କରିଥିବା 2ଟି ଥାନାରେ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଟଙ୍କା ଲୁଟିଲେ ଦୁର୍ବୃତ୍ତ, ଅଭିଯୋଗ କରିବାରୁ କଲେ ମରଣାନ୍ତକ ଆକ୍ରମଣ
ଟଙ୍କା ଲୁଟିଲେ ଦୁର୍ବୃତ୍ତ, ଅଭିଯୋଗ କରିବାରୁ କଲେ ମରଣାନ୍ତକ ଆକ୍ରମଣ
author img

By

Published : Apr 3, 2021, 7:35 AM IST

ବୌଦ୍ଧ: ଅପରାଧିଙ୍କ ଟାର୍ଗେଟରେ କଣ୍ଟାମାଳ ଓ ମନମୁଣ୍ଡା ଥାନା ଅଞ୍ଚଳ । ଗତକିଛି ଦିନ ହେବ ପୋଲିସ ଆକ୍ସନ ମୁଡକୁ ଆସିବା ପରେ ଅପରାଧିକ ମାମଲା ହ୍ରାସ ପାଇଥିବା ବେଳେ ବର୍ତ୍ତମାନ ପୁଣି ଏକ ଦମ୍ପତିଙ୍କଠାରୁ ଦୁର୍ବୃତ୍ତ ଲୁଟ ସହିତ ଆକ୍ରମଣ କରିଥିବା 2ଟି ଥାନାରେ ଅଭିଯୋଗ ହୋଇଛି ।

ଟଙ୍କା ଲୁଟିଲେ ଦୁର୍ବୃତ୍ତ, ଅଭିଯୋଗ କରିବାରୁ କଲେ ମରଣାନ୍ତକ ଆକ୍ରମଣ

ଅଭିଯୋଗ ପରେ ପୁଣିଥରେ ଦମ୍ପତିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଏଭଳି ଅଭାବନୀୟ କାଣ୍ଡ ଘଟିଛି ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଓ ମନମୁଣ୍ଡା ଥାନା ଅଞ୍ଚଳରେ । ଗତ ଦୁଇ ମାସ ଧରି ଏହି ଦୁଇ ଥାନା ଅଞ୍ଚଳରେ ଚୋରି, ଡକାୟତି, ଲୁଣ୍ଠନ ଭଳି ଅପରାଧିକ ମାମଲା ପରେ ଜିଲ୍ଲା ପୋଲିସ ତତ୍ପରତା ପ୍ରକାଶ କରିବାରୁ ଏହି ଅପରାଧିକ ମାମଲା ହ୍ରାସ ପାଇଥିଲା । ଏବେ ପୁଣିଥରେ ସକ୍ରିୟ ହୋଇଛନ୍ତି ଦୁର୍ବୃତ୍ତ । ଗୁରୁବାର କମଘାଟର ଏକ ଦମ୍ପତିଙ୍କ ଉପରେ ଆକ୍ରମଣ କରାଯାଇ 51 ହଜାର ଟଙ୍କା ଲୁଟି ନେଇଛନ୍ତି । ଏହି ଲୁଟରେ ପ୍ରାୟ 5 ଜଣ ଦୁର୍ବୃତ୍ତ ସାମିଲ ଥିବା କଣ୍ଟାମାଳ ଥାନାରେ ଅଭିଯୋଗ ହୋଇଥିଲା ।

ତେବେ ଥାନାରେ ଅଭିଯୋଗ କରିବାରୁ ପୁଣିଥରେ ଉକ୍ତ ଦମ୍ପତ୍ତିଙ୍କୁ ମନମୁଣ୍ଡା ଥାନା ଅନ୍ତର୍ଗତ ଜାପାଲି ଛକରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ବାରମ୍ବାର ଏହି ଦୁଇ ଥାନା ଅଞ୍ଚଳରେ ଚୋରି, ଡକାୟତି, ଲୁଣ୍ଠନ ହେଉଥିଲେ ମଧ୍ୟ ପୋଲିସ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ତୁରନ୍ତ ବୌଦ୍ଧ ଏସପି ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.