ETV Bharat / state

ପୁଣି ଭିଜିଲାନ୍ସ ହାତରେ ସରକାରୀ ବାବୁ

author img

By

Published : Oct 20, 2019, 4:43 AM IST

ଭିଜିଲାନ୍ସ ହାବୁଡରେ ପଡି ପୁଣି ହଟହଟା ହୋଇଛନ୍ତି ଜଣେ ସରକାରୀ ବାବୁ । ସମ୍ପୃକ୍ତ ବାବୁ ଜଣଙ୍କ ହେଉଛନ୍ତି ଜିଲ୍ଲା ଟ୍ରେଜେରୀରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ନାରାୟଣ ମଲ୍ଲିକ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଭିଜିଲାନ୍ସ ହାବୁଡରେ ପଡି ପୁଣି ହଟହଟା ହୋଇଛନ୍ତି ଜଣେ ସରକାରୀ ବାବୁ । ସମ୍ପୃକ୍ତ ବାବୁ ଜଣଙ୍କ ହେଉଛନ୍ତି ଜିଲ୍ଲା ଟ୍ରେଜେରୀରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ନାରାୟଣ ମଲ୍ଲିକ । ସେ ଜିଲ୍ଲାର ଜଣେ ବେଶ ଜଣାଶୁଣା ଲାଞ୍ଚୁଆ ଅଧିକାରୀ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଜଣେ ପ୍ରୋଗ୍ରାମ ଆସିଷ୍ଟାଣ୍ଡଙ୍କର ଛୁଟି ବିଲ ପାସ କରିବା ପାଇଁ 5 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡରେ ପଡିଥିଲେ ନାରାୟଣ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବର୍ତ୍ତମାନ ନାରାୟଣଙ୍କର ଫୁଲବାଣୀ ଓ ପୁରୁଣାକଟକସ୍ଥିତ ବାସଭବନରେ ମଧ୍ୟ ବାସଭବନରେ ମଧ୍ୟ ଭିଜିଲାନ୍ସ ଟିମ୍‌ର ଚଢାଉ ଜାରି ରହିଛି । ସୂଚନା ମୁତାବକ ଶନିବାର ଟାଉନହଲଠାରେ ଲୋକାୟୁକ୍ତ ଦୁର୍ନୀତିକୁ ନେଇ ସମସ୍ତ ସରକାରୀ କର୍ମଚାରୀଙ୍କୁ ସଚେତନ କରୁଥିବା ବେଳେ ଟ୍ରେଜେରୀର ଆକାଉଣ୍ଟାଣ୍ଟ ନାରାୟଣ 5 ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

ପ୍ରକାଶ ଯେ, ମନମୁଣ୍ଡାର ବ୍ରଜ ବିହାରୀ ମେହେର ଗତ 2016 ମସିହା ନଭେମ୍ବରରେ ହରଭଙ୍ଗା ବ୍ଲକର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ପଦରୁ ଅବସର ଗ୍ରହଣ କରିଥିଲେ । ତାଙ୍କ ଛୁଟି ବିଲ ବାବଦ 579813 ଟଙ୍କା ପାସ କରାଇବା ପାଇଁ ନାରାୟଣ 5ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଠିକ୍‌ ଏହି ସମୟରେ ଭିଜିଲାନ୍ସ ରେଡରେ ଧରା ପଡିଥିଲେ ନାରାୟଣ । ତେବେ ଏହି ଚଢାଉରେ ବୌଦ୍ଧ ଭିଜିଲାନ୍ସ ବିଭାଗର ଅଧିକାରୀ କ୍ରିଷ୍ଣା କୁମାରୀ ପ୍ରଧାନ, ସୁବୋଧ ମିଶ୍ର, ରାମଚନ୍ଦ୍ର ସାହୁ ଓ ଦିଲ୍ଲୀପ ପ୍ରଧାନ ପ୍ରମୁଖ ସାମିଲ ରହିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:କୋଷାଗାରର ଲାଞ୍ଚୁଆ କୋଷାଧିକାରୀ ଭିଜିଲାନ୍ସ ଜାଲରେ ପଡିଲେ ।ବାବୁ ଜଣକ ବୌଦ୍ଧ ଜିଲ୍ଲାର ଜଣେ ବେଶ ଜଣାଶୁଣା ଲାଞ୍ଚୁଆ ଅଧିକାରୀ ବୋଲି ଚର୍ଚ୍ଚା ହେଉଛି ।
ବୌଦ୍ଧ ଜିଲ୍ଲା ଟ୍ରେଜେରୀର ଆକାଉଣ୍ଟଟାଣ୍ଟ ନାରାୟଣ ମଲ୍ଲିକ ଭିଜିଲାନ୍ସ ଜାଲରେ ପଡିଛନ୍ତି ।ଏହି ସରକାରୀ ବାବୁ ଜଣଙ୍କ ଘର ଫୁଲବାଣୀ ହୋଇଥିବା ବେଳେ ପୁରୁଣାକଟକରେ ଘର କରି ବୌଦ୍ଧ ଟ୍ରେଜେରୀରେ କାର୍ଯ୍ୟ କରୁଥିଲେ ।ଶନିବାର ଟାଉନହଲ ଠାରେ ମାନ୍ୟବର ଲୋକାୟୁକ୍ତ ଦୁର୍ନୀତି କୁ ନେଇ ସମସ୍ତ ସରକାରୀ କର୍ମଚାରୀଙ୍କୁ ସଚେତନ କରୁଥିବା ବେଳେ ଟ୍ରେଜେରୀର ଆକାଉଣ୍ଟଟାଣ୍ଟ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡି ହଟହଟା ହୋଇଛନ୍ତି ।ସୂଚନା ମୁତାବକ ମନମୁଣ୍ଡା ରବ୍ରଜ ବିହାରୀ ମେହେର ଗତ ନଭେମ୍ବର ଷୋହଳ ମସିହାରେ ହରଭଙ୍ଗା ବ୍ଲକର ପୋଗ୍ରାମ ଆସିଷ୍ଟାଣ୍ଡ ପଦରୁ ଅବସର ଗ୍ରହଣ କରିଥିଲେ ।ତାଙ୍କ ଛୁଟି ବିଲ ବାବଦ ୫୭୯୮୧୩/-ଟଙ୍କା ପାସ କରାଇବା ପାଇଁ ପାଞ୍ଚ ହଜାର ଟଙ୍କା ନାରାୟଣ ନେଉଥିବା ବେଳେ ବୌଦ୍ଧ ଭିଜିଲାନ୍ସ ମାଡି ବସିଥିଲା ।ନାରାୟଣ ଙ୍କ ପୁରୁଣାକଟକ ଓ ଫୁଲବାଣୀ ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢାଉ କରି ଖାନତଲାସ କରିଛି ।ଏହି ଚଢାଉରେ ବୌଦ୍ଧ ଭିଜିଲାନ୍ସ ବିଭାଗର ଅଧିକାରୀ କ୍ରୀଷ୍ଣା କୁମାରୀ ପ୍ରଧାନ, ସୁବୋଧ ମିଶ୍ର, ରାମଚନ୍ଦ୍ର ସାହୁ, ଦିଲ୍ଲୀପ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ ।

Body:ଲାଞ୍ଚୁଆ ଆକାଉଣ୍ଟଟାଣ୍ଟ ଭିଜିଲାନ୍ସ ହାବୁଡରେ ପଡି ହଟହଟା ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.