ETV Bharat / state

ଯାତ୍ରୀବାହୀ ଅଟୋ ଉପରେ ଚଢିଗଲା ତେଲ ଟ୍ୟାଙ୍କର, ଜଣେ ମୃତ

author img

By

Published : Jun 4, 2022, 10:50 PM IST

ମରଣଯନ୍ତା ପାଲଟିଛି ଜିଲ୍ଲାର ବିଭିନ୍ନ ସଡ଼କପଥ । ଆଜି ଏକ ଯାତ୍ରୀବାହୀ ଅଟୋ ଉପରେ ପେଟ୍ରୋଲ ବୋଝେଇ ଟ୍ରକ ଚଢିଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଯାତ୍ରୀବାହୀ ଅଟୋ ଉପରେ ଚଢିଗଲା ତେଲ ଟ୍ୟାଙ୍କର, ଜଣେ ମୃତ
ଯାତ୍ରୀବାହୀ ଅଟୋ ଉପରେ ଚଢିଗଲା ତେଲ ଟ୍ୟାଙ୍କର, ଜଣେ ମୃତ

ବୌଦ୍ଧ : ବୌଦ୍ଧ ସଦର ବାଏପାସର ଜଗଦୀଶପୁର ଛକରେ ଯାତ୍ରୀବାହୀ ଅଟୋ ଉପରେ ଏକ ତେଲ ଟ୍ୟାଙ୍କର ଟ୍ରକ ଚଢିଯିବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ତେବେ ବାରମ୍ବାର ଉକ୍ତ ଅଞ୍ଚଳରେ ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକେ ଜଗଦୀଶପୁର ଛକଠାରେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ । ଉକ୍ତ ସ୍ଥାନରେ କୌଣସି ପ୍ରକାରର ଟ୍ରାଫିକ ସୂଚନା ନଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.