ETV Bharat / state

ଦୁର୍ଘଟଣା କରିଦେଲା ପଙ୍ଗୁ ,ଦୁଃଖର ପାହାଡ ତଳେ ସୋମନାଥଙ୍କ ପରିବାର - accident

ଦୁର୍ଘଟଣା ଦେଇଗଲା ଦୁଃଖ। ଦୁର୍ଘଟଣାର କ୍ଷତ ଧିରେ ଧିରେ ଭରିଲା ସତ କିନ୍ତୁ ଦୁର୍ଘଟଣାର ଜଖମ ମାନସିକ ଓ ଶାରୀରିକ କ୍ଷତ ଏଭଳି ଦେଇଗଲା ଯେ ସବୁଦିନ ପାଇଁ ନାବାଳକ ଛାତ୍ର ଦିବ୍ୟାଙ୍ଗ ହୋଇଗଲା । ଏନେଇ ଆର୍ଥିକ ସହାୟତା ଅପେକ୍ଷାରେ କମଲ।

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ
author img

By

Published : Sep 4, 2019, 2:32 PM IST

ବୌଦ୍ଧ: ମର୍ମନ୍ତୁଦ ସଡକ ଦୁର୍ଘଟଣାକୁ ବର୍ଷେ ପୁରିଲା । ଦୁର୍ଘଟଣାର କ୍ଷତ ଧିରେ ଧିରେ ଭରିଲା ସତ କିନ୍ତୁ ଦୁର୍ଘଟଣାର ଜଖମ ମାନସିକ ଓ ଶାରୀରିକ କ୍ଷତ ଏଭଳି ଦେଇଗଲା ଯେ ସବୁଦିନ ପାଇଁ ନାବାଳକ ଛାତ୍ର ଭିନ୍ନକ୍ଷମ ହୋଇଗଲା । ଆଉ ଏବେ ଏହି ଦୁଃଖର ପାହାଡ ଲଦି ହୋଇ ପଡିଛି ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ମଧୁପୁର ଗ୍ରାମରେ ବାସ କରୁଥିବା ସୋମନାଥଙ୍କ ପରିବାର ଉପରେ ।

ଆଜକୁ ଠିକ ବର୍ଷେ ତଳେ ଗାଁ ଛକ ନିକଟରେ ଏକ ଭାରିଯାନ ପୁଅ କମଲର ଦୁଇ ଗୋଡ ଉପରେ ଚଢି ଗୁରୁତର ଆହତ ହୋଇଥିଲା। ଧାର ଉଧାର କରି ପୁଅକୁ ବୌଦ୍ଧ, ବୁର୍ଲା ଭଳି ଡାକ୍ତରଖାନାରେ ଚିକିତ୍ସିତ କରିଥିଲେ। ପୁଅର ଜୀବନ ବଞ୍ଚିଯାଇଛି ସତ, ହେଲେ ତିନୋଟି ପୁଅକୁ ନେଇ ଅନେକ ସ୍ବପ୍ନ ଦେଖିଥିବା ସୋମନାଥଙ୍କ ସ୍ବପ୍ନ ସେତେବେଳେ ଭାଙ୍ଗିଗଲା ଯେତେବେଳେ କମଲ ସାରାଜୀବନ ପାଇଁ ଦିବ୍ୟାଙ୍ଗ ହୋଇଗଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ଦୁଃଖ ଏତିକିରେ ସରିଲା ନାହିଁ। ଅର୍ଥାଭାବରୁ ଘରଦ୍ବାର ସୋମନାଥଙ୍କ ଭାଙ୍ଗି ଯିବାକୁ ବସିଲାଣି। କମଲ ଅଧିକ ପାଠ ପଢିବା ପାଇଁ ଇଛୁକ ଥିଲେ ମଧ୍ୟ ସ୍ବାସ୍ଥ୍ୟ ଗତ କାରଣରୁ ତାହା ସମ୍ଭବ ହୋଇପାରୁନାହିଁ । ଗୋଡର ହାଡ ଅଠର ଖଣ୍ଡ ହୋଇ ଲୁହାରଡ ଲାଗି ଥିବାରୁ କମଲର ଦୈନନ୍ଦିନ କାର୍ଯ୍ୟ ସହଜସାଧ୍ୟ ହୋଇପାରୁନାହିଁ ।

ଏପଟେ ପୁଅର ଭିନ୍ନକ୍ଷମ ଭତ୍ତା ଛାଡନ୍ତୁ, ଆଜି ଯାଏ ଦିବ୍ୟାଙ୍ଗ ତାଲିକାରେ ମଧ୍ୟ ଚିହ୍ନଟ ହୋଇପାରି ନାହିଁ। ଫଳରେ ଏବେ ଏକ ଦୁର୍ବିସହ ଜୀବନ ଯାପନ କରୁଛନ୍ତି ସୋମନାଥଙ୍କ ପରିବାର । ତୁରନ୍ତ ଏହି ପରିବାରକୁ ସରକାରୀ ସହାୟତା ପ୍ରଦାନ କରାଯିବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ମର୍ମନ୍ତୁଦ ସଡକ ଦୁର୍ଘଟଣା କୁ ବର୍ଷେ ପୁରିଲା ।ଦୁର୍ଘଟଣା ର କ୍ଷତ ଧିରେ ଧିରେ ଭରିବାରେ ଲାଗିଲା, କିନ୍ତୁ ମାନସିକ ଓ ଶାରୀରିକ କ୍ଷତ ଏଭଳି ଦେଇଗଲା ଯେ ସବୁଦିନ ପାଇଁ ନାବାଳକ ଛାତ୍ର ଭିନ୍ନକ୍ଷମ ହୋଇଗଲା ।ଆଉ ଏବେ ଦୁଃଖ ର ପାହାଡ ଲଦି ହୋଇ ପଡିଛି ଏହି ପରିବାର ଉପରେ
ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ପଞ୍ଚାୟତ ର ମଧୁପୁର ଗ୍ରାମରେ ସପରିବାର ବାସ କରନ୍ତି ସୋମନାଥ ଗାଇଗୌରିଆ ।ତିନୋଟି ପୁଅକୁ ନେଇ ଅନେକ ସ୍ବପ୍ନ ଦେଖିଥିବା ସୋମନାଥଙ୍କ ଉପରେ ଦୁଖଃ ର ପାହାଡ ସେତେବେଳେ ଲଦି ହୋଇ ପଡିଲା, ଯେତେବେଳେ ଆଜକୁ ଠିକ ବର୍ଷେ ତଳେ ଗାଁଛକ ନିକଟରେ ଏକ ଭାରି ଯାନ ପୁଅ କମଲର ଦୁଇ ଗୋଡ ଉପରେ ଚଢି ଗୁରୁତର ଆହତ ହୋଇଥିଲେ ।ଧାର ଉଧାର କରି ପୁଅକୁ ବୌଦ୍ଧ, ବୁର୍ଲା ଭଳି ଡାକ୍ତରଖାନାରେ ଚିକିତ୍ସିତ କରିଥିଲେ ।ପୁଅର ଜୀବନ ବଞ୍ଚିଯାଇଛି ସତ,ହେଲେ ସାରାଜୀବନ କମଲ ଭିନ୍ନକ୍ଷମ ହୋଇଗଲା ।ଦୁଃଖ ଏତିକିରେ ସରିଲା ନାହିଁ। ଅର୍ଥାଭାବରୁ ଘରଦ୍ୱାର ସୋମନାଥଙ୍କ ଭାଙ୍ଗି ଯିବାକୁ ବସିଲାଣି।କମଲ ଅଧିକ ପାଠ ପଢିବା ପାଇଁ ଇଛୁକ ଥିଲେ ମଧ୍ୟ ସ୍ବାସ୍ଥ୍ୟ ଗତ କାରଣ ରୁ ତାହା ସମ୍ଭବ ହୋଇପାରୁନାହିଁ । ଗୋଡର ହାଡ ଅଠର ଖଣ୍ଡ ହୋଇ ଲୁହାରଡ ଲାଗି ଥିବାରୁ କମଲର ଦୈନନ୍ଦିନ କାର୍ଯ୍ୟ ସହଜସାଧ୍ୟ ହୋଇପାରୁନାହିଁ ।ଏପଟେ ପୁଅର ଭିନ୍ନକ୍ଷମ ଭତ୍ତା ଛାଡନ୍ତୂ, ଆଜି ଯାଏ ଚିହ୍ନଟ ମଧ୍ୟ ହୋଇ ପାରୁ ନାହିଁ ।ଫଳରେ ଏବେ ଏକ ଦୁର୍ବିସହ ଜୀବନ ଯାପନ କରୁଛନ୍ତି ସୋମନାଥଙ୍କ ପରିବାର ।ତୁରନ୍ତ ଏହି ପରିବାର କୁ ସରକାରୀ ସହାୟତା ପ୍ରଦାନ କରାଯିବାକୁ ସାଧାରଣରେ ଦାବୀ ହୋଇଛି ।

Body:ଅସହାୟ ଅବସ୍ଥାରେ ବର୍ଷେ ତଳର ଦୁର୍ଘଟଣା ରେ ଆହତ ଙ୍କ ପରିବାର ।

Conclusion:ବାଇଟ-୧-କମଲ ଗାଇଗୌରିଆ,ଗୁରୁତର ଆହାତ ଛାତ୍ର
ବାଇଟ-୨-ସୋମନାଥ ଗାଇଗୌରିଆ, କମଲଙ୍କ ପିତା
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.